ଦଶମ ସ୍କନ୍ଧ

ପଞ୍ଚଚତ୍ୱାରିଂଶ ଅଧ୍ୟାୟ

ଶୁକ ଉବାଚ

କହନ୍ତି ଶୁକ ବ୍ରହ୍ମଋଷି । ଶୁଣ ରାଜନ କୁରୁବଂଶୀ ॥

ସେଠାରୁ ଗଲେ ବନମାଳୀ । ଦେଖନ୍ତି ପୁରଜନେ ମିଳି ॥

ଚାଲନ୍ତେ ପ୍ରଭୁ ଦେବରାଜା । ବାଟରେ ମିଳିଲା କୁବୁଜା ॥

ସୁଗନ୍ଧପେଡ଼ି ଘେନି କାଖେ । ଚାଲଇ ପଥେ ତିନିବାଙ୍କେ ॥

ମୁଖ ତା' ଦିଶଇ ସୁନ୍ଦର । କଟାକ୍ଷେ ଚାହଁଇ ମଧୁର ॥

ଗନ୍ଧଚନ୍ଦନ ନିତ୍ୟେ ନେଇ । କଂସର ଛାମୁରେ ଭେଟଇ ॥

ତା'ର ଚନ୍ଦନ ଦେଖି କଂସ । ମନେ ଅନେକ ହୋଏ ତୋଷ ॥

କୁବୁଜା କୃଷ୍ଣଙ୍କୁ ଦେଖିଲା । ସଭୟେ ପଥ ଉପେକ୍ଷିଲା ॥

ଲାଜରେ ଗଲା ଆଡ଼ ହୋଇ । ଦେଖନ୍ତି ରାମକୃଷ୍ଣ ଦୁଇ ॥

କୃଷ୍ଣ ମିଳିଲେ ତା'ର ପାଖେ । ବୋଲନ୍ତି କିସ ତୋର କାଖେ ॥ ୧୦

ଚନ୍ଦନ ପ୍ରାୟେକ ବାସଇ । କାହାକୁ ଦେବୁ ଏହା ନେଇ ॥ ୧୧

କହ ତୋହର ନାମ କିସ । ଦିଶୁଛୁ ଏମନ୍ତ ଭବିଷ୍ୟ ॥ ୧୨

କାହାର ପତ୍ନୀ ତୁ ବୋଲାଉ । ପିଠିରେ ତିନି କୁଜ ବହୁ ॥ ୧୩

କି କର୍ମେ ହୋଇଲୁ ଏମନ୍ତ । ଭୟ ନ କରି କହ ସତ୍ୟ ॥ ୧୪

ଆମ୍ଭେ ଗୋ ଅଟୁ ସହୋଦର । ରେହିଣୀସୁତ ଦାମୋଦର ॥ ୧୫

ଦେଖ ଆମ୍ଭର ଦେହ ଶୂନ୍ୟ । ଥୋକାଏ ଦେବୁକି ଚନ୍ଦନ ॥ ୧୬

ଆମ୍ଭେ ହୋଇବୁ ତୋଷ ମନ । ପାଇବୁ ପରଲୋକ ଧର୍ମ ॥ ୧୭

ରାଜା ହୋଇବ ମନେତୋଷ । ଜଗତେ ଥିବ ତୋର ଯଶ ॥ ୧୮

କୁବୁଜା କୃଷ୍ଣ ବୋଲ ଶୁଣି । କହେ ଅମୀୟ ରସ ବାଣୀ ॥ ୧୯

ଯାହା ତୁ ପଚାରିଲୁ ସ୍ୱାମୀ । ସକଳଭୂତେ ଅନ୍ତର୍ଯ୍ୟାମୀ ॥ ୨୦

ତୁ ଅଟୁ ଜଗତ ସୁନ୍ଦର । ଦାସୀ ମୁଁ ହୋଇବି ତୋହର ॥ ୨୧

କଂସର ଅଟଇ ନିଯୋଗୀ । କରଇ ଚତୁଃସମ ଲାଗି ॥ ୨୨

ସ୍ୱାମୀ ତନୟ ମୋର ନାହିଁ । ଜନ୍ମହୁଁ କୁବୁଜା ଅଟଇ ॥ ୨୩

ବିରୂପ ଦେଖି ମୋର ଶୋଭା । କେହିନୋହିଲେ ମୋତେ ବିଭା ॥ ୨୪

ଜାତି ମୋହର ଘଟୁଆରୀ । ଜୀବିକା କଂସ-ସେବାକାରୀ ॥ ୨୫

ପିତା ମୋ' ଅପୁତ୍ରିକ ହୋଇ । କାଳେ ଲଭିଲା ସ୍ୱର୍ଗ ଭୂଇଁ ॥ ୨୬

ପିତାର ପୁତ୍ର ଯହୁଁ ନାହିଁ । ସେବା ଆବୋରିଅଛି ମୁହିଁ ॥ ୨୭

ମୋର ଚନ୍ଦନେ ନୃପ ତୋଷ । ଦେଇଛି ମୋତେ ତିନିଦେଶ ॥ ୨୮

ବହୁତ ଧନରତ୍ନ ମୋର । ଜୀବନ ହୋଇଲା ଅସାର ॥ ୨୯

ନିଷ୍ଫଳ ହୋଇଲା ମୋ' ଦେହୀ । ପୂର୍ବେ ଅର୍ଜିଲି ଯାହା ମୁହିଁ ॥ ୩୦

ତୋ ରୂପ ଦେଖି ମୋର ମନ । ନିର୍ମଳ ହୋଇଲା ନୟନ ॥ ୩୧

ଏ ହାଦେ ରାଜାଗନ୍ଧପେଡ଼ି । ଦେଖାଇ କୃଷ୍ଣ ଆଗେ ଫେଡ଼ି ॥ ୩୨

ରାଜାର ଗନ୍ଧ ଏ ଅଟଇ । ତୁମ୍ଭ ଦୁହିଁଙ୍କି ଏ ଯୋଗାଇ ॥ ୩୩

ଥୋକାଏ ଦେବି ଗନ୍ଧ ତୋତେ । କଂସ କୋପିବଯେବେ ମୋତେ ॥ ୩୪

ତାହାକୁ ନାହିଁ ମୋର ଡ଼ର । ତୁମ୍ଭେ ମୋହର ବଳୀୟାର ॥ ୩୫

ଏମନ୍ତ ବୋଲି ଗନ୍ଧ ଫେଇ । ଲେପିଲା କୃଷ୍ଣ ଅଙ୍ଗେ ନେଇ ॥ ୩୬

ନାଭିରୁ ଶିରଯାଏ ବୋଳି । ଆନନ୍ଦେ ଦେଲା ହୁଳହୁଳି ॥ ୩୭

କପାଳେ ଦେଲା ଠିଆ ଚିତା । କର୍ପୂର କସ୍ତୁରୀ ଶୋଭିତା ॥ ୩୮

ରାମଙ୍କୁ କଲା ସେହି ମତ । ଦେଖି ହସନ୍ତି ଗୋପୀନାଥ ॥ ୩୯

ଦୟାସାଗର ଦାମୋଦର । ଧଇଲେ କୁବୁଜାର କର ॥ ୪୦

ବେନିଚରଣେ ପାଦ ଦେଇ । ଓଷ୍ଠରେ ଅଙ୍ଗୁଳି ଲଗାଇ ॥ ୪୧

ଅଳପେ କରି ଦେଲେ ଟେକି । ପୋଏ ହସନ୍ତି ତାହା ଦେଖି ॥ ୪୨

ଲାଗନ୍ତେ ଚକ୍ରଧର କର । ତକ୍ଷଣେ ହୋଇଲା ସୁନ୍ଦର ॥ ୪୩

ତା' ତିନିକୁଜ କେଣେ ଗଲା । ରୁପେଣ ଅନଙ୍ଗ ମୋହିଲା ॥ ୪୪

ହୋଇଲା ଅପୂର୍ବ କାମିନୀ । ଦେଖି ଟଳିବେ ସୁର ମୁନି ॥ ୪୫

ଜଗତେ ନାହିଁ ପଟାନ୍ତର । ଦିଶଇ ଅତ୍ୟନ୍ତ ସୁନ୍ଦର ॥ ୪୬

ଦେଖି ଚକିତ ଦେବତାଏ । କୃଷ୍ଣ ହୁଁ ଆନେ ନ ଯୋଗାଏ ॥ ୪୭

କୁବୁଜା ନିଜ ରୂପ ଚାହିଁ । କୃଷ୍ଣଙ୍କୁ ଦେଖି ବିଚାରଇ ॥ ୪୮

ଏତ ଅନାଦି ବିଶ୍ୱକର୍ମା । ନାହିଁ ନା ଜଗତେ ଉପମା ॥ ୪୯

ଏ ମୋତେ କଲାକି ସୁନ୍ଦର । ଏ ଯେ ମୋହର ନିଜ ବର ॥ ୫୦

ଅନେକ ଅଛି ମୋର ଭାଗ୍ୟ । ଦଇବ କରିଛି ସଂଯୋଗ ॥ ୫୧

ଏମନ୍ତ କୁବୁଜା ବିଚାରି । ଧଇଲା କୃଷ୍ଣର ଉତ୍ତରୀ ॥ ୫୨

ଲଜ୍ଜା ହିଁ ନ କଲା ରାମଙ୍କୁ । ବୋଇଲା ଆସ ମୋ' ଘରକୁ ॥ ୫୩

ମୋର ମନ୍ଦିରେ ଆଜ ରହି । କାଲି ଭେଟିବ ନୃପସାଇଁ ॥ ୫୪

ତୁମୋତେ କଲୁ ଏଡ଼େ ରୂପ । ଭୋ ନାଥ ନ କରିବା କୋପ ॥ ୫୫

ଏ ଦେହ ହେଲେ ଆନେଭୋଗ୍ୟ । ଅନଳେ କରିବି ସଂଯୋଗ ॥ ୫୬

ତୁ ଆଜ ଗଲେ ମୋତେ ଛାଡ଼ି । ବଜ୍ର ପଡ଼ିବ ଶିରେ ମାଡ଼ି ॥ ୫୭

ଜୀବନ ରଖ ମୋର ଆଜ । ଶୁଣି ପାଇଲେ କୃଷ୍ଣ ଲାଜ ॥ ୫୮

ଗୋପକୁମରଙ୍କୁ ଅନାଇ । ବୋଇଲେ କୁବୁଜୀ ରୁହାଇ ॥ ୫୯

ଆମ୍ଭେ ଗୋ ଥିଲୁ ଗୋପପୁରୀ । ରାଜା ଅଣାଇ ଅଛି ଧରି ॥ ୬୦

କାଲି ଭେଟିବୁ ନୃପବର । ଛାମୁରେ ଦେଇ ଘୃତସର ॥ ୬୧

ମେଲାଣି ଦେଲେ କଂସ ରାୟେ । ସଙ୍ଗେ ନ ଥିବେ ଗୋପପୋଏ ॥ ୬୨

ଏବେ ଅଛନ୍ତି ସଙ୍ଗେ ଯେତେ । ଦଣ୍ତେ ହେଁ ନ ଛାଡ଼ନ୍ତି ମୋତେ ॥ ୬୩

ମୋହର ଜ୍ୟେଷ୍ଠ ହଳଧର । ଦେଖ ଏ ଧରିଛନ୍ତି କର ॥ ୬୪

ରାଜା ମେଲାଣି ଘେନି ଶିରେ । ଏହାଙ୍କୁ ପେଶି ଗୋପପୁରେ ॥ ୬୫

ନିଶ୍ଚୟ ଯିବି ତୋ'ର ଘର । ସଙ୍ଗେ ନ ଥିବେ ହଳଧର ॥ ୬୬

ଏମନ୍ତେ ପ୍ରଭୁ ଭଗବାନ । ତୋଷିଲେ କୁବୁଜାର ମନ ॥ ୬୭

କୁବୁଜା ବେନିକର ଯୋଡ଼ି । ପୁଣି କହିଲା ପାଏ ପଡ଼ି ॥ ୬୮

ମୁଁ ଯାଇ ମଣ୍ତୁଅଛି ଘର । ଭୋ ନାଥ ବିଳମ୍ବ ନ କର ॥ ୬୯

ମୁଁ ତୋତେ ନ ପାରିଲେ ଦେଖି । ଉପାଡ଼ି ପକାଇବି ଆଖି ॥ ୭୦

ମନ ମୋ' ଅଛି ତୋର ତହିଁ । ଉଛୁର ନ କର ଗୋସାଇଁ ॥ ୭୧

ଉତ୍ତରୀ ଛାଡ଼ିଲା କୁବୁଜା । କୃଷ୍ଣ ବୋଇଲେ ଘରେ ଯା ଯା ॥ ୭୨

ଗୋବିନ୍ଦ ପାଦେ ଚିତ୍ତ ଥୋଇ । କୁବୁଜା ଗଲା ତୋଷ ହୋଇ ॥ ୭୩

ଥିଲା ଯେ ବିପ୍ର ଜଗନ୍ନାଥ । ଗୋଡ଼ାଇ ଅଛି କୃଷ୍ଣ ପଥ ॥ ୭୪

ଗୋବିନ୍ଦ ଯା'ନ୍ତେ ଆଗସରି । ପଡ଼ିଲା ଧନୁଘରେ ହୁରି ॥ ୭୫

ବାଟେ ଯେ ଥିଲେ ବଣିଜାରେ । ପସରା ଘେନି ଯେ ଯାହାରେ ॥ ୭୬

ରାମ ଗୋବିନ୍ଦ ମୁଖ ଦେଖି । ନିର୍ମଳ କଲେ ଚର୍ମଆଖି ॥ ୭୭

ଯେଝାରେ ଘେନି ଉପହାର । ପୁଷ୍ପ ତାମ୍ବୁଳ ଗନ୍ଧସାର ॥ ୭୮

ଗୋପାଳକୁମରଙ୍କ ମେଳେ । ପୂଜିଲେ ବସୁଦେବବାଳେ ॥ ୭୯

କାମିନୀ ଚାହିଁ କୃଷ୍ଣ ମୁଖ । କନ୍ଦର୍ପବାଣେ ମନ ଦୁଃଖ ॥ ୮୦

କୃଷ୍ଣର ଦେହେ ଦେଇ ଡ଼ୋଳ । କେଶ ବସନ ଅସମ୍ଭାଳ ॥ ୮୧

ମଥୁରାପୁର ଲୋକେ ଚାହିଁ । ବୋଲନ୍ତି ବ୍ରହ୍ମାŠଣ୍ତ ଗୋସାଇଁ ॥ ୮୨

ରାଜାର ଧନୁଘର କାହିଁ । ଆମ୍ଭଙ୍କୁ ଦେଖାଅସି ନେଇ ॥ ୮୩

ରାଜା ହିଁ ଅଛନ୍ତି ଅଣାଇ । ଆମ୍ଭେ ଦେଖିବୁ ଧନୁ ଯାଇ ॥ ୮୪

ଲୋକେ ହୋଇଲେ ଆଗୁସାର । ପଛେ ଗୋବିନ୍ଦ ହଳଧର ॥ ୮୫

ଗୋପକୁମରେ ଗଲେ ଆଗେ । ମିଳିଲେ ଧନୁଘର ଲାଗେ ॥ ୮୬

ଦେଖିଲେ ରାଜା ଧନୁଘର । ଉତ୍ସ›ବ ମଣ୍ତŠଣି ବେଭାର ॥ ୮୭

ଧ୍ୱଜ ପତାକା କେରା କେରା । ତୋରଣେ ମୁକୁତାର ଝରା ॥ ୮୮

ଚାନ୍ଦୁଆ ଟାଣି ଫୁଲମାଳ । ଚିତ୍ରବିଚିତ୍ରେ ମŠଣ୍ତି ଚାଳ ॥ ୮୯

ସପତ ଖମ୍ବେ ଧନୁ ଡ଼େରି । ବାଜଇ ମŸର୍ଦ୍ଦଳ ମହୁରି ॥ ୯୦

ସୁବ‰ର୍ଣ୍ଣ‌ଘଣ୍ଟି ଧନୁ ହୁଳେ । ଲମ୍ବେ ମୁକୁତା ରତ୍ନମାଳେ ॥ ୯୧

ବିବିଧ ଚାମର ଖଞ୍ଜଣି । ଇନ୍ଦ୍ରର ଧନୁପ୍ରାୟ ମଣି ॥ ୯୨

ବାଜଇ ବୀର ତୂର ନାଦ । କେ କହୁ ଧନୁର ସମ୍ପଦ ॥ ୯୩

ଅନେକ ଦେଶୁଁ ରାଜାମାନେ । ମିଳିଲେ କଂସର ଭୁବନେ ॥ ୯୪

ଧନୁ ଦେଖନ୍ତି ନରନାରୀ । ଅଙ୍ଗେଣ ଅଳଙ୍କାର ଭରି ॥ ୯୫

ଆନନ୍ଦ ହୋଇ ଯୂଥ ଯୂଥ । ଗହଳ ଧନୁଘର ପଥ ॥ ୯୬

କାମିନୀ ଦ୍ୟନ୍ତି ହୁଳ ହୁଳି । ମିଳିଲେ ରାମ ବନମାଳୀ ॥ ୯୭

ପାହାରି ଧନୁ ଦ୍ୱାରେ ରହି । ଭିତରେ ନ ଦିଅନ୍ତି ଯାଇ ॥ ୯୮

କୃଷ୍ଣ ବୋଲନ୍ତି ଛାଡ଼ ଦ୍ୱାର । ଆମ୍ଭେ ଦେଖିବୁ ଧନୁଘର ॥ ୯୯

ଶୁଣି ପାହାରୀ ପରଜ୍ୱଳି । ରାମକୃଷ୍ଣଙ୍କୁ ଦ୍ୟନ୍ତି ଗାଳି ॥ ୧୦୦

ତୁମ୍ଭେ ଯେ ସ୍ୱଭାବେ ଗୋପାଳ । ରାଜ୍ୟେ କି କରୁଅଛ ଗୋଳ ॥ ୧୦୧

ତୁମ୍ଭର କୁଳମୂଳ ନାହିଁ । ବନେ ଚରାଉଥାଅ ଗାଈ ॥ ୧୦୨

ଆମ୍ଭଙ୍କୁ ରାଜା ଆଜ୍ଞା ନାହିଁ । ଦ୍ୱାରା ଛାଡ଼ିବୁ କାହିଁପାଇଁ ॥ ୧୦୩

ରାଜାଙ୍କ ଆଗେ ଜଣାଇଲେ । ଏଥେ ପଶିବ ତୁମ୍ଭେ ଭଳେ ॥ ୧୦୪

ଶୁଣି ବୋଇଲେ ଦାମୋଦର । ଆମ୍ଭର ପାଇଁ ଧନୁଘର ॥ ୧୦୫

ରାଜା ଅକ୍ରୁରେ ପଠିଆଇ । ଆମ୍ଭଙ୍କୁ ଅଛଇ ଅଣାଇ ॥ ୧୦୬

ଆମ୍ଭର ପାଇଁଟି ଉତ୍ସ›ବ । ହସି ବୋଲନ୍ତି ପଦ୍ମନାଭ ॥ ୧୦୭

ପାହାରୀ ନ ଛାଡ଼ନ୍ତି ଦ୍ୱାର । ଆଗ ହୋଇଲେ ହଳଧର ॥ ୧୦୮

ଦେଖି ବେଢ଼ିଲେ ଆସି ଲୋକେ । କୋପେ ଜାକିଲେ ବେନିକାଖେ ॥ ୧୦୯

ଭୁଜ ଉପାଡ଼ି ପକାଇଲେ । ଦେଖି ଥୋକାଏ ପଳାଇଲେ ॥ ୧୧୦

ଦ୍ୱାର ଅର୍ଗଳି ଭାଙ୍ଗିଗଲା । ପାହାରୀ ଦ୍ୱାର ଛାଡ଼ିଦେଲା ॥ ୧୧୧

ପୁଣି ଯେ ଶସ୍ତ୍ରମାନ ଧରି । ରାଗେଣ ଧାଇଁଲେ ପାହାରୀ ॥ ୧୧୨

ରଜନୀମୁଖେ ଗୋଳବାଣୀ । ପଳାନ୍ତି ନରନାରୀ ଶୁଣି ॥ ୧୧୩

ରୋହିଣୀସୁତ ଆଗ ହୋଇ । ଯଷ୍ଟି ପ୍ରହାର କଲେ ନେଇ ॥ ୧୧୪

କେଶ ଧରିଣ ହଳଧର । ବୁଲାଇ ଫିଙ୍ଗିଲେ ଭୂମିର ॥ ୧୧୫

ଶତେ ପାହାରୀ ଗଲେ ନାଶ । ମାଇଲେ ରାମ ହୃଷିକେଶ ॥ ୧୧୬

ତକ୍ଷଣେ ସେଠାବରୁ ଚଳି । ପୁଣି ବହୁତ ଯୋଦ୍ଧା ମିଳି ॥ ୧୧୭

ଅନେକ ସୈନ୍ୟ ଜଗିଥିଲେ । ରାମକୃଷ୍ଣଙ୍କୁ ଓଗାଳିଲେ ॥ ୧୧୮

କରେଣ ଶସ୍ତ୍ରମାନ ଧରି । ଓଗାଳି କଲେ ଦ୍ୱାର ପାରି ॥ ୧୧୯

ଏଡ଼େରେ ସାହସ ତୁମ୍ଭର । ପଶିଲ ଆସି ଧନୁଘର ॥ ୧୨୦

ଗଉଡ଼ ହୋଇ ଏଡ଼େ ଟାଣ । ମଥୁରା କଲ ରଣଭଣ ॥ ୧୨୧

ବୋଲାଅ ନୃପତି ଭଣଜା । ତହୁଁ ଅଣାଇଅଛି ରାଜା ॥ ୧୨୨

ରାଜା ସୁହୃଦପଣ ଯହୁଁ । ସେ ଘେନି ନ ମାରନ୍ତି କେହୁ ॥ ୧୨୩

ରଜକ ମୁଣ୍ତŠ ଛିŠଣ୍ତାଇଲ । ରାଜାର ବସ୍ତ୍ର ଜୂର କଲ ॥ ୧୨୪

କୁବୁଜା ଚତୁଃସମ ପେଡ଼ି । ହାତରୁ ଘେନିଲ ଉଛୁଡ଼ି ॥ ୧୨୫

ଏବେ ପଶିଲ ଧନୁଘରେ । ମାଇଲ ଶତେ ଦ୍ୱାରପାଳେ ॥ ୧୨୬

ଶସ୍ତ୍ର ଧରିଣ ଯୁଦ୍ଧ କଲେ । ଏମନ୍ତ ବୋଲି ଆକ୍ରୋଶିଲେ ॥ ୧୨୭

ପୋଏ ଲଉଡ଼ିମାନ ଘେନି । ଦୈତ୍ୟଙ୍କୁ ପିଟିଲେକି ପୁଣି ॥ ୧୨୮

ଗୋପାଳେ ବୋବୀ ଦେଇ ଉଠି । ପ୍ରହାର କଲେ ଦୃଢ଼େ ଯଷ୍ଟି ॥ ୧୨୯

ଜଣ ଜଣକେ ଦଶବିଂଶ । ଗୋପାଳବଳ ନୋହେ ଶେଷ ॥ ୧୩୦

ଗୋଳ କରିଣ ପ୍ରହାରିଲେ । ଅସୁରେ ରହି ନ ପାରିଲେ ॥ ୧୩୧

ତ୍ରାଶ ପାଇଣ ପଳାଇଲେ । ଥୋକାଏ ପ୍ରାଣ ହରାଇଲେ ॥ ୧୩୨

ପଶିଲେ ରାମ ଦାମୋଦର । ଗୋପକୁମରଙ୍କ ସଙ୍ଗର ॥ ୧୩୩

ଗୋବିନ୍ଦ ପଶି ଅତି ଖରେ । ଧନୁ ଧଇଲେ ବାମକରେ ॥ ୧୩୪

ଇନ୍ଦ୍ରର ଧନୁ ପ୍ରାୟ ଶୋଭା । ରାମ ବୋଇଲେ ଗୁଣ ଦେବା ॥ ୧୩୫

ଧନୁରେ ଅଛି କେତେ ବଳ । ଗୁଣ ଘେନିଲେ ନନ୍ଦବାଳ ॥ ୧୩୬

ଗୋବିନ୍ଦ ପାଦେ ଧନୁ ମାଡ଼ି । ହୁଳେ ବସାଇ ଧନୁ ଭିଡ଼ି ॥ ୧୩୭

ତୋଳିଲେ ବାମ ଭୁଜେ ହରି । ଗୁଣ ଟଙ୍କାରି ନାଦ କରି ॥ ୧୩୮

ଦକ୍ଷିଣ କ‰ର୍ଣ୍ଣ ଯାଏଁ ଟାଣି । ବଳ ଆଞ୍ଚିଲେ ଚକ୍ରପାଣି ॥ ୧୩୯

ଧନୁ ହୋଇଲା ବେନିଖଣ୍ତŠ । ଶବଦ କଲା ପରଚଣ୍ତŠ ॥ ୧୪୦

ଶୁଭିଲା ବ୍ରହ୍ମଲୋକ ଯାଏ । କଂସ ପାଇଲା ମନେ ଭୟେ ॥ ୧୪୧

ପାହାରୀ ଥିଲେ ଯେ ପଳାଇ । ଅଇଲେ ଧନୁଭଗ୍ନ ଚାହିଁ ॥ ୧୪୨

ମାରନ୍ତି ନାନା ଶସ୍ତ୍ର ଘେନି । ଚହଳେ କମ୍ପଇ ମେଦିନୀ ॥ ୧୪୩

ଦେଖି ଧାଇଁଲେ ହଳଧରେ । ଭାଜିଲା ଧନୁ ଘେନିକରେ ॥ ୧୪୪

ବୁଲାଇ ପିଟିଲେ କୋପରେ । ପାହାରୀ ଗଲେ ଯମପୁରେ ॥ ୧୪୫

ରାଜାର ଯେତେ ବଳ ଥିଲେ । ରାମର ହସ୍ତେ ପ୍ରାଣ ଦେଲେ ॥ ୧୪୬

ଦେଖିଣ ଅନନ୍ତ ମୂରତି । ଭୟେ କମ୍ପଇ ସୁରପତି ॥ ୧୪୭

କମ୍ପିଲେ ଦଶଦିଗପାଳେ । ଚହଳ ଆକାଶମŠଣ୍ତଳେ ॥ ୧୪୮

ନିମିଷମାତ୍ରେ ଧନୁ ଭାଙ୍ଗି । କଂସର ବଳ ଦର୍ପ ଗଞ୍ଜି ॥ ୧୪୯

ଗୋବିନ୍ଦ ହୋଇଲେ ବାହାର । ଗୋପକୁମରେ ହଳଧର ॥ ୧୫୦

ଦେଖିଲେ ରବି ଅସ୍ତ ଗଲା । ହସି ବୋଲନ୍ତି ନନ୍ଦବାଳା ॥ ୧୫୧

ଚାଲ ହୋ ଯିବା ନିଜ ସ୍ଥାନ । କାଲି ଯେ ରାଜା ଦରଶନ ॥ ୧୫୨

ଏମନ୍ତ ବୋଲି ବାହୁଡ଼ିଲେ । ମଥୁରା ତୋଟାରେ ମିଳିଲେ ॥ ୧୫୩

କହନ୍ତି ଶୁକ ମୁନିବର । ଶୁଣ ରାଜନ ରସଭର ॥ ୧୫୪

ଅକ୍ରୁର ମୁଖ ଚାହିଁ କୋପେ । ଯାହାବୋଇଲେ ନାରୀ ଗୋପେ ॥ ୧୫୫

ବୋଇଲେ ମଥୁରା ଭୁବନେ । ଭାଗ୍ୟଟି କଲେ ନାରୀଜନେ ॥ ୧୫୬

ତାହାଙ୍କ ନୟନ ଆନନ୍ଦ । ଦେଖିବେ ପୂ‰ର୍ଣ୍ଣମୀର ଚାନ୍ଦ ॥ ୧୫୭

ଦେଖିଣ ରାମକୃଷ୍ଣ ମୁଖ । ଖŠଣ୍ତିବେ କୋଟିଜନ୍ମ ଦୁଃଖ ॥ ୧୫୮

ସେ କଥା ହୋଇଲା ସ୍ୱରୂପ । ଦେଖିଲେ ରାମକୃଷ୍ଣ ରୂପ ॥ ୧୫୯

ଗୋପାଳେ ଦେଖି ମଧୁପୁର । କହନ୍ତି ନନ୍ଦର ଛାମୁର ॥ ୧୬୦

ଆମ୍ଭେ ତୋ' କୃଷ୍ଣସଙ୍ଗେ ଥାଇ । ମଥୁରା ଦେଖିଲୁ ଗୋସାଇଁ ॥ ୧୬୧

ନିର୍ମଳ ହୋଇଲା ନୟନ । ଆମ୍ଭ ଜୀବନ କଲୁ ଧନ୍ୟ ॥ ୧୬୨

ନନ୍ଦ ଯେ ଘେନି ବେନିସୁତ । କୋଳେ ବସାଇ ତୋଷଚିତ୍ତ ॥ ୧୬୩

ଚୁମ୍ବନ ଦେଲେ ନନ୍ଦରାୟେ । ପାଖେ ବସିଲେ ବେନିପାଏ ॥ ୧୬୪

ସ୍ନାହାନ କରାଇ ହରଷ । ଭୁଞ୍ଜାନ୍ତି ରାମ ହୃଷୀକେଶ ॥ ୧୬୫

ଛେନା ଗୋଟିକା ଦୁଧ ସର । ଗୋରସ ଅନେକ ପ୍ରକାର ॥ ୧୬୬

ଗୋପସୁତଙ୍କୁ ଘେନି ସଙ୍ଗେ । ଭୁଞ୍ଜନ୍ତି ରାମକୃଷ୍ଣ ରଙ୍ଗେ ॥ ୧୬୭

ମଣୋହି ସାରି ଭଗବାନ । ଶୀତଳ ଜଳେ ଆଚମନ ॥ ୧୬୮

କର୍ପୂର ମୁଖବାସ ଗୁଆ । ତାମ୍ବୁଳ ଭୁଞ୍ଜନ୍ତି ବିଡ଼ିଆ ॥ ୧୬୯

ଗନ୍ଧଚନ୍ଦନ ଅଙ୍ଗେ ବୋଳି । ବସିଲେ ରାମ ବନମାଳୀ ॥ ୧୭୦

ଚାମର ଗୋପପୁଅ କରେ । ଢ଼ାଳନ୍ତି ନାନା ଗୀତସ୍ୱରେ ॥ ୧୭୧

ପୁଷ୍ପ ବରଷି ସ୍ତୁତି କରି । ଶୋଇଲେ ରାମ ନରହରି ॥ ୧୭୨

କହଇ ଦାସ ଜଗନ୍ନାଥ । କୃଷ୍ଣଚରଣେ ଦେଇ ଚିତ୍ତ ॥ ୧୭୩

ବୋଲନ୍ତି ଶୁକ ମୁନିବର । କୃଷ୍ଣ ଚରିତ ସୁଧାସାର ॥ ୧୭୪

ରଜନୀ ହୋଇଲା ବହୁତ । କଂସକୁ ଜଣାଇଲା ଦୂତ ॥ ୧୭୫

ଶୁଣନ୍ତୁ ଭୋଜ ନୃପଇନ୍ଦ୍ର । ଅବନୀପତି କୁଳଚନ୍ଦ୍ର ॥ ୧୭୬

ଅକ୍ରୁର ରାମକୃଷ୍ଣ ବେନି । ଗୋପବାଳକ ନନ୍ଦ ଘେନି ॥ ୧୭୭

ତୋଟାରେ ପ୍ରବେଶ ହୋଇଲେ । ନଗ୍ର ବିହାର କରିଗଲେ ॥ ୧୭୮

ଗୋପାଳ ପୁଅ ସଙ୍ଗେ ଘେନି । ଦାଣ୍ତେŠ ଆସନ୍ତେ ଭାଇ ବେନି ॥ ୧୭୯

ରଜକ ବସ୍ତ୍ର ଘେନିଯା'ନ୍ତେ । ଗଉଡ଼େ ବେଢ଼ିଲେ ତୁରିତେ ॥ ୧୮୦

ରଜକେ କଲେ ପ୍ରାଣେ ନାଶ । ଫେଡ଼ିଣ ମଢ଼ିଆଳ ବାସ ॥ ୧୮୧

ଯେ ଯାହା ମତେ ଜୂର କଲେ । ମାଳୀର ଦ୍ୱାରେଣ ମିଳିଲେ ॥ ୧୮୨

ଭୟେଣ ଫୁଲ ଦେଲା ମାଳୀ । ତହୁଁ ଅଇଲେ ବେଗେ ଚଳି ॥ ୧୮୩

କୁବୁଜା ଚତୁଃସମପେଡ଼ି । କାଖରୁ ଘେନିଲେ ଉଛୁଡ଼ି ॥ ୧୮୪

ଗନ୍ଧ ଚନ୍ଦନ ଚତୁଃସମ । ବୋଳି ହୋଇଲେ କୃଷ୍ଣରାମ ॥ ୧୮୫

ସଳଖ କଲେ ତିନିବାଙ୍କ । ଦେଖିଲେ କଟକର ଲୋକ ॥ ୧୮୬

କି ସେ ଈଶ୍ୱର ଅଂଶେ ଜାତ । ଏ କଥା ଲୋକେ ବିପରୀତ ॥ ୧୮୭

ଶୁଣ ତୁ ବୀର ଭୋଜବଂଶୀ । ଗଉଡ଼େ ଧନୁଘରେ ପଶି ॥ ୧୮୮

ଶତେ ପାହାରୀ ନାଶକଲେ । ଅନେକ ସଇନ ମାଇଲେ ॥ ୧୮୯

ଧନୁ ଆମଞ୍ଚି ଗୁଣ ଦେଲେ । ଓଟାରି ବେନିଖଣ୍ତŠ କଲେ ॥ ୧୯୦

କଟକେ ପଡ଼ିଲା ଚହଳ । ଭାଜିଲେ ହାଟ ବଣିଜାର ॥ ୧୯୧

ତୋଟାରେ ରନ୍ଧନ ଭୋଜନ । ସୁଖେଣ କଲେକ ଶୟନ ॥ ୧୯୨

ବାରତା କହିଲାକି ଦୂତ । କଂସ ଭାଳଇ ଭୟ ଚିତ୍ତ ॥ ୧୯୩

ରଜନୀ ହୋଇଲା ଅପାର । ଶୁଣ ହୋ ରାଜାର ବିଚାର ॥ ୧୯୪

ଧନୁର ଭଗ୍ନ କଥା ଶୁଣି । କୃଷ୍ଣର କର୍ମ ମନେ ଗୁଣି ॥ ୧୯୫

ରଜକେ ପେଶି ଯମପୁର । ମୋହର ବସ୍ତ୍ର କଲେ ଜୂର ॥ ୧୯୬

କୁବୁଜା ଗନ୍ଧ ବଳେ ନେଇ । ସୁନ୍ଦର କଲେ ତା'ର ଦେହୀ ॥ ୧୯୭

ଏବେ ଭାଙ୍ଗିଲେ ଧନୁ ମୋର । ବାଳକେ ଏଡ଼େ ବଳୀୟାର ॥ ୧୯୮

ଧନୁଘରେଣ ଯୋଦ୍ଧା ଯେତେ । ସମସ୍ତେ ମଲେ ତା'ଙ୍କ ହସ୍ତେ ॥ ୧୯୯

ନନ୍ଦର ଘରେ ବାଳକାଳେ । ଯେତେ ଅସୁର ମୋର ଗଲେ ॥ ୨୦୦

ସବୁ ମାଇଲେ ବେନିଭାଇ । ବନେ ଚରାଉଥା'ନ୍ତି ଗାଈ ॥ ୨୦୧

ଏବେ ମୁଁ କରିବି କେମନ୍ତ । ଅଛନ୍ତି ମାଲ ଯେ ମାହୁନ୍ତ ॥ ୨୦୨

ଗଜ ମୋ' ଅଛି କୁବଳୟା । ନ ଜାଣି ବିଧାତାର ମାୟା ॥ ୨୦୩

କେମନ୍ତେ ରଖିବି ଜୀବନ । ଏମନ୍ତଭାଳି ଛନଛନ ॥ ୨୦୪

ନିଦ୍ରା ନ ମାଡ଼ଇ ନୟନେ । ଭାଳଇ ଅତି ଭୟମନେ ॥ ୨୦୫

ପୁଣି କ୍ଷଣକେ ନିଦ୍ରା ମୋହି । ସଭୟେ ପୁଣି ହିଁ ଚିଆଇଁ ॥ ୨୦୬

ଦେଖଇ ସ୍ୱପ୍ନ ନାନା ବ‰ର୍ଣ୍ଣ । ମରଣ ହେତୁଙ୍କର ଚିହ୍ନ ॥ ୨୦୭

ସୁବ‰ର୍ଣ୍ଣ କାନ୍ଥେ ଦେହ ଛାଇ । ଦେଖଇ ତା'ର ମୁŠଣ୍ତ ନାହିଁ ॥ ୨୦୮

ଦର୍ପଣେ ଆଦିତ୍ୟର ଜ୍ୟୋତି । ରାତ୍ରେ ଦେଖଇ ଭୋଜପତି ॥ ୨୦୯

ଦୀପେ ଦିଶନ୍ତି ଦୁଇ ଦୁଇ । ଚନ୍ଦ୍ର ହିଁ ତେମନ୍ତ ଦିଶଇ ॥ ୨୧୦

ଛାୟାର ଦେହେ ଛିଦ୍ରମୟେ । ନିଃଶ୍ୱାସ ଶୁଭେ ଶଙ୍ଖପ୍ରାୟେ ॥ ୨୧୧

ସୁବ‰ର୍ଣ୍ଣ ପ୍ରତିମାଏ ବୃକ୍ଷେ । କଂସକୁ ଦିଶଇ ପ୍ରତ୍ୟକ୍ଷେ ॥ ୨୧୨

ବୃକ୍ଷର ଡ଼ାଳେ ପଶୁଗଣ । ବରାହ ଶୃଗାଳ ହରିଣ ॥ ୨୧୩

ମୃତ୍ୟୁପିଣ୍ତŠକୁ କରି କୋଳ । ସାନନ୍ଦେ ଗୀତନାଦେ ଭୋଳ ॥ ୨୧୪

ଗର୍ଦ୍ଧଭ କନ୍ଧେ ଚଢ଼ିଯା'ନ୍ତେ । ବିଷ ଭକ୍ଷଇ ଲୌହପାତ୍ରେ ॥ ୨୧୫

ତଇଳେ ସିକ୍ତ ଦିଗମ୍ବର । ହୃଦରେ ରଙ୍ଗପୁଷ୍ପମାଳ ॥ ୨୧୬

ଦକ୍ଷିଣଦିଗେ ଯାଏ ଧାଇଁ । ଚୂଳ ବନ୍ଧନ ଶିରେ ନାହିଁ ॥ ୨୧୭

ଏମନ୍ତ ଦେଖଇ ସ୍ୱପନ । କ୍ଷଣକ୍ଷଣକେ ମୁହ୍ୟମାନ ॥ ୨୧୮

ଏମନ୍ତେ ପାହିଲା ରଜନୀ । କଂସ ଭାଲଇ ଭୟ ଘେନି ॥ ୨୧୯

ଯେମନ୍ତ ଦେଖିଲି ସ୍ୱପନ । ନିଶ୍ଚୟେ ହୋଇଲା ମରଣ ॥ ୨୨୦

କଂସ ଜାଣଇ ଯୋଗବଳେ । ଗୋବିନ୍ଦ ମାରିଅଛି ବେଳେ ॥ ୨୨୧

ସେ ବେଳେ ନୋହିଲି ମୁଁ ମୋକ୍ଷ । ଏବେ ତ ଦେଖିବି ପ୍ରତ୍ୟକ୍ଷ ॥ ୨୨୨

ଉଦେ ହୋଇଲେ ଦିନକର । କଂସ ହିଁ ହୋଇଲା ବାହାର ॥ ୨୨୩

ରଙ୍ଗସଭାରେ ବିଜେ କଲା । ରାଜାମାନଙ୍କୁ ଅଣାଇଲା ॥ ୨୨୪

ଆସି ଯେ ଥିଲେ ରାଜାଗଣେ । କଂସ ଡ଼ାକଇ ଜଣେ ଜଣେ ॥ ୨୨୫

ରାଜାଏ ଶମ୍ବରର ମୂଳେ । ନାରକାସୁର ଶିଶୁପାଳେ ॥ ୨୨୬

ବଜ୍ରକବଚ ବାଣାସୁର । ପୁŠଣ୍ତ୍ରକ ଶାଲ୍ୱ ଦନ୍ତବକ୍ର ॥ ୨୨୭

ଯୋଜନାବାହୁ ବଜ୍ରନାଭ । ଏ ଆଦି ଯେତେକ ଦାନବ ॥ ୨୨୮

ଏମାନେ ମହୀପତି ଛଳେ । ଆସି ଅଛନ୍ତି ସୈନ୍ୟବଳେ ॥ ୨୨୯

କାହାର ଭାଇ ପୁତ୍ର ନାତି । କେ ଆପେ ଖଟଇ ନୃପତି ॥ ୨୩୦

କ୍ଷତ୍ରିୟ ରବି-ସୋମ-ବଂଶ । କଂସର ଯେତେକ ବିଶ୍ୱାସ ॥ ୨୩୧

ନୃଗ କଳିଙ୍ଗ ଭଦ୍ରସେନ । ବିଦେହ ନୈଷଧ ରାଜନ ॥ ୨୩୨

କଂସର ପ୍ରିୟପଣେ ଆସି । ମିଳିଲେ ସୋମ-ସୂର୍ଯ୍ୟବଂଶୀ ॥ ୨୩୩

ଦଇବେ ଭୋଜ ଦŠଣ୍ତଧାରୀ । ଅନେକ ମଞ୍ଚା ଅଛି କରି ॥ ୨୩୪

ମŠଣ୍ତିଛି ନାନା ଉପହାରେ । ନିର୍ମଳ-ଦର୍ପଣ-ଚାମୁରେ ॥ ୨୩୫

ବିବିଧମତେ ବସ୍ତ୍ର ଦେଇ । ଉପରେ ଚାନ୍ଦୁଆ ଖଞ୍ଜାଇ ॥ ୨୩୬

ଲମ୍ବଇ ମୁକୁତାର ଝରା । ମାଳ କୁସୁମ କେରା କେରା ॥ ୨୩୭

କାଞ୍ଚନମୟ ସିଂହାସନ । ଦେଖିଲେ ତୋଷ ହୋଏ ମନ ॥ ୨୩୮

ସୁଗନ୍ଧ ଧୂପ ଦୀପପାତ୍ର । ଉପରେ ଶୋହେ ଧ୍ୱଜ ଛତ୍ର ॥ ୨୩୯

ରାଜାଏ କଂସ ଆଜ୍ଞା ପାଇ । ମଞ୍ଚାରେ ବସିଛନ୍ତି ଯାଇ ॥ ୨୪୦

ରାଜା ଗୋଟିକେ ଏକ ମଞ୍ଚା । ସକଳ କରିଅଛି ସଞ୍ଚା ॥ ୨୪୧

ତାହାଙ୍କୁ ପୂଜି ଜଣେ ଜଣେ । ଚନ୍ଦନ କୁସୁମ ବସନେ ॥ ୨୪୨

ବିବିଧମତେ ଭୋଗ ଦେଇ । କହଇ ରାଜାଙ୍କୁ ଅନାଇ ॥ ୨୪୩

ତୁମ୍ଭେ ସକଳ ବନ୍ଧୁଜନେ । କହଇ ଶୁଣ ସାବଧାନେ ॥ ୨୪୪

ବସୁଦେବର ପୁତ୍ର ଦୁଇ । ବଢ଼ିଲେ ଗୋପପୁରେ ଥାଇ ॥ ୨୪୫

ଭିଣୋଇ କଲା ଏଡ଼େ ଛନ୍ଦ । ମୋତେ ଯେ ନ ଗଣଇ ନନ୍ଦ ॥ ୨୪୬

ଅନେକ ବଳ ମୋର ଥିଲେ । ରାମଗୋବିନ୍ଦ ସଂହାରିଲେ ॥ ୨୪୭

ବଳେ ମୋ' ଧନୁ ହିଁ ଭାଙ୍ଗିଲେ । ପାହାରୀମାନଙ୍କୁ ମାଇଲେ ॥ ୨୪୮

ରଜକ ମାରି ବସ୍ତ୍ର ଜୂର । ଗନ୍ଧ ଛଡ଼ାଇ ନେଲେ ମୋର ॥ ୨୪୯

ଗଉଡ଼ମେଳି ଏ ଭିଆଇ । ମୋତେ ମାରିବେ ବେନିଭାଇ ॥ ୨୫୦

ଏବେ ମୁଁ ଅଣାଇଲି ଧରି । ତାତ ଜନନୀ ଆଦିକରି ॥ ୨୫୧

ହସ୍ତୀର ହସ୍ତେ ମରାଇବି । ଏମନ୍ତେ ବଇରୀ ସାଧିବି ॥ ୨୫୨

ଯେବେ ସେଠାରୁ ଉବୁରିବେ । ମାଲଙ୍କ ହସ୍ତେ ପ୍ରାଣ ଦେବେ ॥ ୨୫୩

ମଞ୍ଚାରେ ବସି ପିତାମାତା । ଦେଖିବେ ପୁତ୍ରଙ୍କର ହତ୍ୟା ॥ ୨୫୪

ତୁମ୍ଭେ ସକଳେ ଦେଖୁଥିବ । ମୋହର ଶତ୍ରୁ ନାଶଯିବ ॥ ୨୫୫

ସେ ମୋର ଭଗ୍ନିର କୁମରେ । ଦ୍ରୋହ ପାଞ୍ଚିଲେ ମୋହଠାରେ ॥ ୨୫୬

ତୁମ୍ଭେ ମୋହର ବନ୍ଧୁ ଶୁଣ । କହିଲି ହିତକଥା ପୁଣ ॥ ୨୫୭

ଏମନ୍ତ ବୋଲି ଭୋଜସାଇଁ । ରାଜାଙ୍କୁ ମଞ୍ଚାରେ ବସାଇ ॥ ୨୫୮

ବାଜଇ ବୀର ତୂର ବାଦ୍ୟ । କେ କହୁ କଂସର ସମ୍ପଦ ॥ ୨୫୯

ଚାଣୁର ମୁଷ୍ଟିକର ମେଳେ । ଶଲ ତୋଷଳ ଚାରିମାଲେ ॥ ୨୬୦

ଏହାଙ୍କ ତୁଲେ ଶତେ ମାଲ । ଅଣାଇ କହେ ଭୋଜପାଳ ॥ ୨୬୧

ତୁମ୍ଭର ବଳେ ମୋ' ଭରସା । ଆଜ ମୋ' ପୂରାଇବ ଆଶା ॥ ୨୬୨

ନନ୍ଦ-ଗୋପାଳଙ୍କୁ ଅଣାଇ । ଗୋରସ ଭŠଣ୍ତାରେ ଥୁଆଇ ॥ ୨୬୩

ମଞ୍ଚାରେ ନେଇ ବସାଇଲା । ସମର ଦେଖିବୁ ବୋଇଲା ॥ ୨୬୪

ବସୁଦେବର ପୁତ୍ର ଦୁଇ । ଘରେ ଲୁଚାଇଥିଲୁ ନେଇ ॥ ୨୬୫

ବସୁଦେବର ମିତ୍ରପଣୁଁ । ତୋହର ଦୋଷ ନାହିଁ ତେଣୁ ॥ ୨୬୬

ବନ୍ଧୁର ହିତ କଲୁ ଯେବେ । ତା'ଙ୍କ ମରଣ ଦେଖ ଏବେ ॥ ୨୬୭

ନନ୍ଦକୁ ମଞ୍ଚାରେ ବସାଇ । ବୋଲଇ ପାତ୍ର ମନ୍ତ୍ରୀ ଚାହିଁ ॥ ୨୬୮

ତୁମ୍ଭେ ହୋ ଥିବ ମୋର ପାଖେ । ମଞ୍ଚାରେ ବସି ଦେଖ ସୁଖେ ॥ ୨୬୯

ଆପଣେ ମଞ୍ଚାରେ ବସିଲା । ଦୂତଙ୍କୁ ରାଇ ଆଜ୍ଞା ଦେଲା ॥ ୨୭୦

ବେଗରେ ଯାଅ ମଧୁବନ । ରାମକୃଷ୍ଣଙ୍କୁ ଧରିଆଣ ॥ ୨୭୧

କଂସର ଆଜ୍ଞା ଘେନି ଶିରେ । ଦୂତେ ଚଳିଲେ ଧାତିକାରେ ॥ ୨୭୨

ବୋଲଇ ଦାସ ଜଗନ୍ନାଥ । ଭେଟିଲେ ରାମ ଗୋପୀନାଥ ॥ ୨୭୩

ସେ ରାମକୃଷ୍ଣର ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥ ୨୭୪

ଗୋବିନ୍ଦ ଆଜ୍ଞା ଶିରେ ଲଇଁ । ଯାହା ବା ପାରିଲଇଁ କହି ॥ ୨୭୫

କହିଲେ ପ୍ରଭୁ ଚକ୍ରଧର । ପୁରାଣ ରସ ଗୀତସାର ॥ ୨୭୬

ଏଣୁ ନ କର ଖେଦମନ । ସବୁରି ପ୍ରଭୁ ଭଗବାନ ॥ ୨୭୭

ରୂପ-ଅରୂପ ଜ୍ଞାନଗୁରୁ । ଯାହା ମହିମା ମହାମେରୁ ॥ ୨୭୮

କୃଷ୍ଣଚରଣେ ମନ ଦେଇ । ସଂସାରୁ ତର ଏହା ଗାଇ ॥ ୨୭୯

ଏଣେ ହୋଇବ ଭବୁଁ ପାର । ତାରିବେ ଦେବ ଦାମୋଦର ॥ ୨୮୦

ଦୟାସାଗର ରାମହରି । ବିପଦୁଁ ଧରିବେ ଉଦ୍ଧରି ॥ ୨୮୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ମଲ୍ଲରଙ୍ଗ ଉପବ‰ର୍ଣ୍ଣ‌ନଂ ନାମ ପଞ୍ଚଚତ୍ୱାରିଂଶୋଽଧ୍ୟାୟଃ ॥

* * *