ଦଶମ ସ୍କନ୍ଧ

ପଞ୍ଚବିଂଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ଚୂଡ଼ାମଣି । ଗୋପନଗରେ ଚକ୍ରପାଣି ॥

ରୋହିଣୀ ନନ୍ଦନର ତୁଲେ । ଦିନ ହରନ୍ତି ଗୋପମେଳେ ॥

ଗୋପାଳେ ମିଳି ଏକଦିନେ । ଇନ୍ଦ୍ରର ଉ›ତ୍ସବ ବିଧାନେ ॥

ସକଳେ ବିଚାରନ୍ତି ବସି । କୃଷ୍ଣ ମିଳିଲେ ମଧ୍ୟେ ଆସି ॥

ଅଶେଷ-ବ୍ରହ୍ମାଣ୍ତŠ-ଠାକୁର । ଜାଣନ୍ତି ଗୋପଙ୍କ ବିଚାର ॥

ଲୋକବେଭାରେ ଭାବଗ୍ରାହୀ । ବୋଲନ୍ତି ନନ୍ଦ ମୁଖ ଚାହିଁ ॥

ବୃଦ୍ଧ ଗୋପାଳେ ଛନ୍ତି ଯେତେ । ବିଶ୍ୱାସକର ଯେଝାମତେ ॥

ନନ୍ଦକୁ ପୁଚ୍ଛନ୍ତି ଅନନ୍ତ । ଇନ୍ଦ୍ରଉ›ତ୍ସବର ବୃତ୍ତାନ୍ତ ॥

ଭୋ ତାତ କେବଣ ଉତ୍ସ›ବ । ଏ କଥା କହ ସର୍ବଭାବ ॥

ତୁମ୍ଭ ବିଚାର ଯଜ୍ଞମତେ । ଉଦ୍ଦେଶ୍ୟ ଜାଣିବୁ କେମନ୍ତେ ॥ ୧୦

କେବଣ ମତେ ସାଧ୍ୟ କରି । ଯଜ୍ଞ କରନ୍ତି ନରନାରୀ ॥ ୧୧

ଏ ଯଜ୍ଞ କଲେ କିସ ଫଳ । ହସି କହନ୍ତି ନନ୍ଦବାଳ ॥ ୧୨

ଭୋ ତାତ ହୋଇବା ପ୍ରସନ୍ନ । କହ ଏ ପୂଜାର ବିଧାନ ॥ ୧୩

ଗୁପତ ନ କର ପିଅର । ଏ ସାଧୁଜନଙ୍କ ବେଭାର ॥ ୧୪

ଭାବ-ସେବକେ ସତ୍ୟ କହି । ବିଶେଷ ତୋ'ର ପୁତ୍ର ମୁହିଁ ॥ ୧୫

ସମଦରଶୀ ଯା'ର ଚିତ୍ତ । ନାହିଁ ତାହାର ରିପୁ ମିତ୍ର ॥ ୧୬

ସଂସାରଧର୍ମେ ଥାଇ ଜନ୍ତୁ । ଇଚ୍ଛନ୍ତି ନାନାକର୍ମ ହେତୁ ॥ ୧୭

ଜାଣି ନ ଜାଣି ଫଳ ଆଶେ । କର୍ମସାଧନ୍ତି ମନତୋଷେ ॥ ୧୮

ଦଇବମତେ ଫଳ ହୋଇ । ଯେ ଯାହା କର୍ମବଳେ ପାଇ ॥ ୧୯

ବେଦପୁରାଣ-କ୍ରିୟା ଘେନି । କର୍ମ ସାଧନ୍ତି ବିପ୍ର ମୁନି ॥ ୨୦

ତୁମ୍ଭେ ସାଧିବ କେଉଁମତେ । ବିଚାରି କହ ତାତ ମୋତେ ॥ ୨୧

କୃଷ୍ଣ ବଚନ ନନ୍ଦ ଶୁଣି । କୋଳେ ବସାଇ ଚକ୍ରପାଣି ॥ ୨୨

ବୋଲଇ ଶୁଣ ଦାମୋଦର । ପୂଜା କରିବୁ ସୁରେଶ୍ୱର ॥ ୨୩

ତା'ର ଆଜ୍ଞାରେ ମେଘମାଳ । ସଂସାରେ ବରଷନ୍ତି ଜଳ ॥ ୨୪

ମେଦିନୀ ଜଳଯୋଗ ପାଇ । ଅନେକ ଶସ୍ୟ ଉପୁଜାଇ ॥ ୨୫

ଜୀବିକା ହୋଇ ପ୍ରାଣୀଙ୍କର । ତେବେ ସେ ବଞ୍ଚଇ ସଂସାର ॥ ୨୬

ଶସ୍ୟ-ସମ୍ପଦ ଘେନି ଜନେ । ଯଜ୍ଞ କରନ୍ତି ତୋଷମନେ ॥ ୨୭

ନାନା ଦେବତା ଯଜ୍ଞେ ଦାହୀ । ପୂଜି ଅନେକ ଫଳ ପାଇ ॥ ୨୮

ଏମନ୍ତେ ଯେ ଯାହାର ମତେ । ଇନ୍ଦ୍ରଙ୍କୁ ପୂଜନ୍ତି ଜଗତେ ॥ ୨୯

ଯେ ଯାହା ମତେ ନାନା ଯାଗ । କରି ଲଭନ୍ତି ତିନିବର୍ଗ ॥ ୩୦

ଇଷ୍ଟଦେବତା ଶୁଭକାଳେ । ପୂଜା କରନ୍ତି ମହୀତଳେ ॥ ୩୧

ଯେ ନର ଲୋଭବଶ ହୋଇ । ଇଷ୍ଟଦେବତା ନ ପୂଜଇ ॥ ୩୨

ତାହାର ନାହିଁ ସୁଖଲେଶ । ଆପଦ ହୋଏ ପରବେଶ ॥ ୩୩

ନନ୍ଦ ବଚନ କୃଷ୍ଣ ଶୁଣି । ବୃଦ୍ଧ ଗୋପାଳେ ଯାହା ଭଣି ॥ ୩୪

ଇନ୍ଦ୍ର ବିଷୟେ କୋପକରି । ନନ୍ଦକୁ ବୋଲନ୍ତି ମୁରାରି ॥ ୩୫

କୃଷ୍ଣ ବୋଲନ୍ତି ଶୁଣ ତାତ । ଜଗତ କର୍ମେ ଆତଯାତ ॥ ୩୬

ଏ ଜୀବ ଆତ୍ମା କର୍ମ ଘେନି । ଗତ ଆଗତ ପଥଶ୍ରମୀ ॥ ୩୭

କର୍ମର ମତେ ଦୁଃଖସୁଖ । ଜନ୍ମମରଣ ହୋଏ ଦେଖ ॥ ୩୮

କର୍ମଟି ଦୁଃଖସୁଖଦାତା । ବିଶ୍ୱ ସଂସାରେ ବଳବନ୍ତା ॥ ୩୯

ଭୋ ତାତ କର୍ମ‌ପାଦେ ସେବ । କର୍ମହୁଁ ନାହିଁ ଅନ୍ୟ ଦେବ ॥ ୪୦

କର୍ମଭୂଞ୍ଜନ୍ତା ପ୍ରାଣୀଙ୍କର । ଇନ୍ଦ୍ର ତ ନୋହଇ ଠାକୁର ॥ ୪୧

କର୍ମ-ସଞ୍ଚିଲା ଏ ଜଗତ । ସ୍ୱଭାବେ ହୋନ୍ତି ଆତଯାତ ॥ ୪୨

କର୍ମର ବଳେ ଦେହ ଘେନି । ଜୀବ ଭ୍ରମଇ ନାନାଯୋନି ॥ ୪୩

କର୍ମ ଯେ ଶତ୍ରୁମିତ୍ର ହୋଇ । ଗୁରୁଙ୍କ ପ୍ରାୟେ ଶିକ୍ଷା ଦେଇ ॥ ୪୪

ସକଳେ କର୍ମ ସେବା କର । କହନ୍ତି ପ୍ରଭୁ ଦାମୋଦର ॥ ୪୫

ଯେ ପ୍ରାଣୀ ନିଜକର୍ମ ଛାଡ଼ି । ଅନ୍ୟ ଜୀବିକା ଲୋଭେ ଲୋଡ଼ି ॥ ୪୬

ଦୁର୍ଗତିପଥ ଆବୋରୋନ୍ତି । ଯେସନେ ବିଟପୀ ଯୁବତୀ ॥ ୪୭

ଭୋ ତାତ ଶୁଣ କର୍ମକଥା । ବେଦପୁରାଣେ ଯେ ବ୍ୟବସ୍ଥା ॥ ୪୮

ବ୍ରାହ୍ମଣଆଦି ଚାରିବ‰ର୍ଣ୍ଣ । ଯେ ଯାହା ମତେ ବୃତ୍ତି ଭିନ୍ନ ॥ ୪୯

ବେଦବିଚାରେ ଷଟକର୍ମ । ବ୍ରାହ୍ମଣ ଜନର ଏ ଧର୍ମ ॥ ୫୦

ଭୂମିପାଳନ ଶୂରବନ୍ତ । ଦାନ-ପୌରୁଷ କ୍ଷତ୍ରିବୃତ୍ତ ॥ ୫୧

କୃଷି ବାଣିଜ୍ୟ ଗୋରୁବୃତ୍ତି । ବୈଶ୍ୟଜନଙ୍କର ଏ ଗତି ॥ ୫୨

ବ୍ରାହ୍ମଣପାଦେ ସେବାକରି । ଶୂଦ୍ରେ ହୋଇବେ ସୁଖଚାରୀ ॥ ୫୩

ଏ ଚାରି ବ‰ର୍ଣ୍ଣର ବେଭାର । ବୈଶ୍ୟଙ୍କ ମତଟି ଆମ୍ଭର ॥ ୫୪

ଭୋ ତାତ ଶୁଣ ଆଦିଅନ୍ତ । ଯେମନ୍ତ କହଇ ବେଦାନ୍ତ ॥ ୫୫

ସୃଷ୍ଟିର କାଳେ ନାରାୟଣ । ଆଗେ ସର୍ଜିଲା ତିନିଗୁଣ ॥ ୫୬

ରଜୋଗୁଣରୁ ବ୍ରହ୍ମା ହୋଇ । ସତ୍ତ୍ୱଗୁଣକୁ ବିଷ୍ଣୁ ପାଇ ॥ ୫୭

ରୁଦ୍ରଙ୍କୁ ଦେଲେ ତମୋଗୁଣ । ସୃଷ୍ଟି ପାଳନ ସଂହାରଣ ॥ ୫୮

ବ୍ରହ୍ମାଭିଆଣେ ମେଘମାଳ । ସଂସାରେ ବରଷନ୍ତି ଜଳ ॥ ୫୯

ଜନ୍ତୁ ଜୀବିକା ତେଣେ ହୋଇ । ଇଦ୍ରେ ତ ପ୍ରୟୋଜନ ନାହିଁ ॥ ୬୦

ଇନ୍ଦ୍ରର ଭାଗ୍ୟେ ବଡ଼ପଣ । ଜଗତ ବିଷ୍ଣୁର ଭିଆଣ ॥ ୬୧

ଗ୍ରାମପାଟଣା ଦେଶ ପୁରେ । ଇନ୍ଦ୍ରକୁ ପୂଜିବେ ବେଭାରେ ॥ ୬୨

ବନଗହନେ ଆମ୍ଭ ଘର । ଗୋରୁ ଚରାଉ ନଦୀତୀର ॥ ୬୩

ନିର୍ଝର ଜଳପାନ କରି । ଆମ୍ଭ ଦେବତା ବନଗିରି ॥ ୬୪

ତୁମ୍ଭର ଯଜ୍ଞ ଯେବେ ସତ୍ୟ । କହଇ ଶୁଣ ଏକଚିତ୍ତ ॥ ୬୫

ଗୋରୁ ବ୍ରାହ୍ମଣ ପ୍ରୀତିଫଳେ । ଯଜ୍ଞ କରିବା ଗିରିତଳେ ॥ ୬୬

ପୂଜିବା ଗୋବର୍ଦ୍ଧନ ଶିରେ । ଯେ ଇନ୍ଦ୍ର ଯଜ୍ଞର ସମ୍ଭାରେ ॥ ୬୭

ଦ୍ୱିଗୁଣ କରି ବଳି ଭୋଜା । ସୁଖେ କରିବା ଗିରିପୂଜା ॥ ୬୮

ନାନା ବ୍ୟଞ୍ଜନ ଷଡ଼ରସ । ପିଷ୍ଟକ ପ୍ରପାନ ପାୟସ ॥ ୬୯

ଗୋରସ ଘୃତ ସରପୁଳି । ନାନାପିଷ୍ଟକେ ଖଣ୍ତŠ ବୋଳି ॥ ୭୦

ଅନଳ ପୂଜା ହୋମ କର । ଋତ୍ୱିଜ ଚାରି ବେଦୁଁ ବର ॥ ୭୧

ପୂ‰ର୍ଣ୍ଣ ଆହୂତି ଯଜ୍ଞ ଅନ୍ତେ । ଦକ୍ଷିଣା ଦିଅ ଯଥୋଚିତ୍ତେ ॥ ୭୨

ଗୋରୁ କାଞ୍ଚନ ତିଳ ଅନ୍ନ । ଅତିଥି ପୂଜାର ବିଧାନ ॥ ୭୩

ଯେ ଯାହା ମତେ ତୋଷ କରି । ସୁଖେ ଭୁଞ୍ଜିବେ ନରନାରୀ ॥ ୭୪

କୋମଳତୃଣ ଅନ୍ନ ସଙ୍ଗେ । ଗୋରୁଙ୍କୁ ଭୁଞ୍ଜାଇବା ରଙ୍ଗେ ॥ ୭୫

ପର୍ବତେ ବଳି ଭୋଜା ଦେଇ । ସକଳେ ଅଳଙ୍କାର ଲାଇ ॥ ୭୬

କରିବା ଗିରି ପ୍ରଦକ୍ଷିଣ । ଆରାଧି ଅନଳ ବ୍ରାହ୍ମଣ ॥ ୭୭

ମୋହର ମତେ ଏ ଯୋଗାଇ । କୃଷ୍ଣ ବୋଲନ୍ତି ନନ୍ଦେ ଚାହିଁ ॥ ୭୮

ଶୁକ କହନ୍ତି ରାଜା ଆଗେ । ଶୁଣି ଗୋପାଳେ ଉଦ୍‌ବେଗେ ॥ ୭୯

କୃଷ୍ଣବଚନ ପ୍ରତିପାଳି । ନନ୍ଦକୁ ମଧ୍ୟେ ଘେନି ଭାଳି ॥ ୮୦

ଶ୍ରୀକୃଷ୍ଣ ବଚନ ପ୍ରଶଂସି । ମିଳିଲେ ଯେଝା ଘରେ ଆସି ॥ ୮୧

ଦ୍ୱିଗୁଣେ ନାନା ଦ୍ରବ୍ୟ ଘେନି । କରନ୍ତି ବାଦ୍ୟ ଶଙ୍ଖଧ୍ୱନି ॥ ୮୨

ପର୍ବତତଳେ ଯାଇ ମିଳି । କାମିନୀ ଦ୍ୟନ୍ତି ହୁଳହୁଳି ॥ ୮୩

ଯଜ୍ଞ ଆରମ୍ଭି ଗିରିତଳେ । ପୂଜିଲେ ଗୋ-ବିପ୍ର-ଅନଳେ ॥ ୮୪

ଯେ ଯାହା ମତେ ଦେଲେ ଦାନ । ସୁବ‰ର୍ଣ୍ଣ ବସ୍ତ୍ର ଗୋରୁ ଅନ୍ନ ॥ ୮୫

ଦେବ ଅତିଥି ତୋଷ କରି । ଭୋଜନ କଲେ ନରନାରୀ ॥ ୮୬

ବିବିଧ ଅଳଙ୍କାର ଲାଇ । ଗୋରୁ ବ୍ରାହ୍ମଣ ମଧ୍ୟେ ଥାଇ ॥ ୮୭

ପର୍ବତ କଲେ ପ୍ରଦକ୍ଷିଣ । ଗୋରୁଙ୍କୁ ଦେଲେ ଅନ୍ନ ତୃଣ ॥ ୮୮

ଶକଟ ମŠଣ୍ତିଲେ ଗୋପାଳେ । ଦିବ୍ୟବସନ ରତ୍ନମାଳେ ॥ ୮୯

ବାଳକ କୋଳେ ଘେନି ନାରୀ । ନନ୍ଦ ଯଶୋଦା ଆଦିକରି ॥ ୯୦

ରୋହିଣୀ ଯଶୋଦାର ମେଳେ । ରାମ ଗୋବିନ୍ଦ ଘେନି କୋଳେ ॥ ୯୧

ଶଙ୍ଖ ମହୁରୀ ନାଦ ଭେରୀ । ମୁରଲୀ ନାଦେ ଗୀତ ସ୍ଫୁରି ॥ ୯୨

ବୁଲନ୍ତି ଗିରି ଚାରିଦିଗେ । କୃଷ୍ଣ ଆନନ୍ଦ ବଳି ଯୋଗେ ॥ ୯୩

ଗୋବିନ୍ଦ ଯୋଗମାୟା ବଳେ । ପର୍ବତ ଶିଖେ ବିଜେ କଲେ ॥ ୯୪

ଯଶୋଦା କୋଳେ ଛନ୍ତି ବସି । ଗୋପୀ ଗୋପାଳଙ୍କୁ ବିଶ୍ୱାସି ॥ ୯୫

ପର୍ବତ ଶିଖେ ବିଶ୍ୱରୂପୀ । ଟେକି ଚାହାଁନ୍ତି ଗୋପଗୋପୀ ॥ ୯୬

ବେନି ଯୋଜନ ଲମ୍ବେ ଭୁଜ । ଶିରେ ଲାଗଇ ଗ୍ରହରାଜ ॥ ୯୭

ଶ୍ୟାମସୁନ୍ଦର ତନୁବ‰ର୍ଣ୍ଣ । ଗୋପଙ୍କୁ ଚାହିଁ ସାବଧାନ ॥ ୯୮

ବୋଲନ୍ତି ହୋଇଲି ମୁଁ ତୋଷ । ତୁମ୍ଭର ପୂରାଇବି ଆଶ ॥ ୯୯

ନିଶ୍ଚିନ୍ତ ହୋଇଥାଅ ବନେ । ମୋହର ପୂଜାର ବିଧାନେ ॥ ୧୦୦

ଖŠଣ୍ତିବି ସକଳ ଆପଦ । ଗୋକୁଳ ହୋଇବ ଆନନ୍ଦ ॥ ୧୦୧

ତଳେ ଲମ୍ବାଇ ବେନି ଭୁଜ । ବଳି ଭୁଞ୍ଜନ୍ତି ଗିରିରାଜ ॥ ୧୦୨

ଗୋପୀ ଗୋପାଳଙ୍କୁ ଅନାଇଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୧୦୩

ଦେଖ ହୋ ପର୍ବତ ମହିମା । ଯଜ୍ଞର ବଳେ ପୁଣ୍ୟକର୍ମା ॥ ୧୦୪

ପ୍ରସନ୍ନ ହୋଇଲେଟି ଆଜ । କିସ କରିବେ ଦେବରାଜ ॥ ୧୦୫

ଏତେହେଁ କାଳ କଲ ପୂଜା । ଦେବତା ନ ଖାଇଲା ଭୋଜା ॥ ୧୦୬

ଏମନ୍ତ ଦିଅଁ ଅଛି କାହିଁ । ହସ୍ତ ପ୍ରସାରି ବଳି ଖାଇ ॥ ୧୦୭

ଇନ୍ଦ୍ରର ଚିହ୍ନ ବ‰ର୍ଣ୍ଣ ନାହିଁ । ନ ଜାଣି ପୂଜ ବାଇ ହୋଇ ॥ ୧୦୮

ଏମନ୍ତ ନ ଦେଖିଲ ଦିନେ । ବଳି ଭୁଞ୍ଜଇ ତୋଷମନେ ॥ ୧୦୯

ଏବେ ତୁମ୍ଭର ଚିନ୍ତା ନାହିଁ । ନିଶ୍ଚିନ୍ତେ ଥିବ ଏହା ଧ୍ୟାୟି ॥ ୧୧୦

ଏ ଆମ୍ଭ ପୁରାଇବେ ଆଶା । ଏଣେ ସେ ଆମ୍ଭର ଭରସା ॥ ୧୧୧

ଏହାଙ୍କୁ ନମସ୍କାର କର । ଏ ଆମ୍ଭ ଜୀବନ ଠାକୁର ॥ ୧୧୨

ଏହାଙ୍କୁ ଅବଜ୍ଞା ଯେ କରି । ପଡ଼ିବେ ନରକ ଆବୋରି ॥ ୧୧୩

ଏ ଆମ୍ଭ ରଖିବେ ଗୋକୁଳ । ବୋଲନ୍ତି ପ୍ରଭୁ ଆଦିମୂଳ ॥ ୧୧୪

ଏମନ୍ତ କହି ବନମାଳୀ । ଆପଣେ କଲେ ନିଉଛାଳି ॥ ୧୧୫

ଦେଖି ଆନନ୍ଦ ଗୋପଗୋପୀ । ନମିଲେ ପର୍ବତ ନିରୋପି ॥ ୧୧୬

ବୋଲନ୍ତି ଆମ୍ଭେ ଭାଗ୍ୟବନ୍ତ । ପ୍ରତ୍ୟକ୍ଷେ ଦେଖିଲୁ ପର୍ବତ ॥ ୧୧୭

କଲ୍ୟାଣ ହେଉ ନନ୍ଦବାଳେ । ଏ ଆମ୍ଭ ରଖିବ ଗୋକୁଳେ ॥ ୧୧୮

ଏମନ୍ତ ପୂଜାବିଧି କଲେ । ଗୋପେ ମିଳିଲେ ସନ୍ଧ୍ୟାକାଳେ ॥ ୧୧୯

କୃଷ୍ଣ ଚରିତ ପରଶଂସି । ମିଳିଲେ ନିଜ ପୁରେ ଆସି ॥ ୧୨୦

ସେ ହରିଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୨୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପଞ୍ଚବିଂଶୋଽଧ୍ୟାୟଃ ॥

* * *