ଦଶମ ସ୍କନ୍ଧ

ଷଷ୍ଠ ଅଧ୍ୟାୟ

ବ୍ୟାସକୁମର ମୁଖୁଁ ଶୁଣି । ଅମୃତ ଭାଗବତ ବାଣୀ ॥

ଆନନ୍ଦେ ପୁଲକିତ ହୋଇ । ମୁନିଚରଣେ ଶିର ଦେଇ ॥

ଉଠି ଯୋଡ଼ିଣ ବେନିକର । ରାଜନ ବୋଇଲ ଉତ୍ତର ॥

ପରୀକ୍ଷିତ ଉବାଚ

ଭୋ ମୁନି ହୋଇଲି ପବିତ୍ର । ଶୁଣି ଚରିତ ଭାଗବତ ॥

କୃଷ୍ଣଙ୍କୁ ବସୁଦେବ ନେଇ । ଅଇଲା ନନ୍ଦଘରେ ଥୋଇ ॥

ତହିଁକି କଲେ ବନମାଳୀ । ଶୁଣିବି କୃଷ୍ଣ ବାଳକେଳି ॥

କହି ପବିତ୍ର ମୋତେ କର । ସେବଇଁ ଚରଣେ ତୁମ୍ଭର ॥

ଶୁଣି ସାନନ୍ଦ ମୁନିବର । ବୋଲନ୍ତି ଶୁଣ ଦଣ୍ତŠଧର ॥

ଶୁକ ଉବାଚ

ନିଦ୍ରା ଜଗତ ମୋହିଥିଲା । ପାଲଟି ବସୁଦେବ ନେଲା ॥

ଦେବକୀ କୋଳରେ ରଖିଲା । କଂସର ହସ୍ତୁ ଶୂନ୍ୟେ ଗଲା ॥ ୧୦

ଏମନ୍ତେ ପାହିଲା ରଜନୀ । ଶୁଣ ତୁ ବୀର ଚୂଡ଼ାମଣି ॥ ୧୧

ଚେତି ଚାହିଁଲା ନନ୍ଦରାଣୀ । ଚିଆଇଁ ଉଠି ସୁଲକ୍ଷଣୀ ॥ ୧୨

ଦେଖିଲା ହୋଇଛି ତନୟେ । ନନ୍ଦକୁ କହିଲେ ଥୋକାଏ ॥ ୧୩

ଶୁଣି ମିଳିଲା ବେଗେ ନନ୍ଦ । ପୁତ୍ରକୁ ଦେଖିଣ ଆନନ୍ଦ ॥ ୧୪

ଯେତେ ଯଶୋଦା ପରିବାରୀ । ରାଇ ଆଣିଲେ ଗୋପନାରୀ ॥ ୧୫

ବ୍ରାହ୍ମଣେ ମିଳିଲେ ଗହଳ । ଶୁଣିଲେ ପୁତ୍ର ଜନ୍ମ ଗୋଳ ॥ ୧୬

ନନ୍ଦ ଦେଖିଣ ଦ୍ୱିଜଗଣ । ତକ୍ଷଣେ ପୂଜିଲା ଚରଣ ॥ ୧୭

ବେଗେ ସେ ହୋଇ ଶୁଚିବନ୍ତ । କାଞ୍ଚନ ଆଣିଲା ବହୁତ ॥ ୧୮

ବ୍ରାହ୍ମଣେ କଲେ ବେଦଧ୍ୱନି । ମଙ୍ଗଳ ଶୁଭଲଗ୍ନ ଘେନି ॥ ୧୯

କରାଇ ଜାତକର୍ମ ବିଧି । ଦେବତା ପିତୃଙ୍କୁ ଆରାଧି ॥ ୨୦

ବିପ୍ରଙ୍କୁ ଅନେକ ପୂଜିଲା । ବେନିନିୟୁତ ଧେନୁ ଦେଲା ॥ ୨୧

ମŠଣ୍ତିଣ ବସ୍ତ୍ର ଅଳଙ୍କାର । ଚନ୍ଦନ କୁସୁମ ଚାମର ॥ ୨୨

ତିଳପର୍ବତ ମାନ କରି । ଦେଲା କାଞ୍ଚନ ବସ୍ତ୍ର ଭରି ॥ ୨୩

ବିପ୍ରେ ପଢ଼ିଲେ ବେଦ ଚାରି । ରଙ୍ଗେ ନାଚନ୍ତି ଗୋପନାରୀ ॥ ୨୪

ସୂତ ମାଗଧ ବନ୍ଦୀ ମିଳି । ଗାବନ୍ତି ମଙ୍ଗଳ ଉଚ୍ଚାରି ॥ ୨୫

ବାଜଇ ବୀରତୂରୀ ଭେରୀ । ଆନନ୍ଦେ ମଙ୍ଗଳମହୁରୀ ॥ ୨୬

ନନ୍ଦର ଘରେ ପୁତ୍ରଜାତ । ଚହଳ ଶୁଭେ ଅପ୍ରମିତ ॥ ୨୭

ଗୋପନଗରେ ଯେତେ ଲୋକେ । ଚିଆଇଁ ଧାଇଁଛନ୍ତି ଥୋକେ ॥ ୨୮

ସୁଖେଣ ପାହିଲା ରଜନୀ । ବାହାର ହୋଇଲେ କାମିନୀ ॥ ୨୯

ଅଗଣା ଖରକି ପହଁରା । ଚନ୍ଦନ ଗୋଳି ଦ୍ୟନ୍ତି ଛେରା ॥ ୩୦

ଦୁଆରେ ସୁବ‰ର୍ଣ୍ଣ କଳସେ । ତୋରଣା ଲମ୍ବାନ୍ତି ହରଷେ ॥ ୩୧

ଗୋରୁଙ୍କୁ ମŠଣ୍ତନ୍ତି ଗୋପାଳେ । ବସ୍ତ୍ର ଭୂଷଣ ଫୁଲମାନେ ॥ ୩୨

ବୃଷଭ ସୁରଭି ବାଛୁରୀ । ହଳଦୀ ତେଲ ତାଙ୍କୁ ବୋଳି ॥ ୩୩

ଗଉଡ଼େ ଶୁଚିବନ୍ତ ହୋଇ । ଯେ ଯାହା ଅଳଙ୍କାର ନେଇ ॥ ୩୪

ହାର କଙ୍କଣ କ‰ର୍ଣ୍ଣଫୁଲ । ବାଜେଣୀ ନୂପୁର ଅମୂଲ୍ୟ ॥ ୩୫

ଏମନ୍ତେ ପିନ୍ଧି ଅଳଙ୍କାର । ହସ୍ତେ ଘେନିଲେ ଦୁର୍ବାଙ୍କୁର ॥ ୩୬

ଏକ ଆରକେ ଆଗ ହୋଇ । ମିଳିଲେ ନନ୍ଦଘରେ ଯାଇ ॥ ୩୭

ଗୋପୀଏ ନିତ୍ୟକର୍ମ ସାରି । ଦେହରେ ଅଳଙ୍କାର ଭରି ॥ ୩୮

ପିନ୍ଧିଲେ ନାନା ବସ୍ତ୍ରମାନ । ଆନନ୍ଦେ ମନ ଛନ୍ନ ଛନ୍ନ ॥ ୩୯

ହସ୍ତରେ ଘେନି ଅର୍ଘ୍ୟଥାଳୀ । ରଙ୍ଗେ ଚଳିଲେ ଗୋପବାଳୀ ॥ ୪୦

ଏକ ଆରକେ ଯା'ନ୍ତି ଜିଣି । ଚରଣେ ନୂପୁର ବାଜେଣୀ ॥ ୪୧

କେହି ଲେଉଟି ନ ଚାହାଁନ୍ତି । ଆକାଶେ ଯେହ୍ନେ ହଂସପନ୍ତି ॥ ୪୨

ଚଳନ୍ତି ଶ୍ରବଣେ କୁଣ୍ତŠଳ । ନିତମ୍ବ କୁଚ ହେମମାଳ ॥ ୪୩

ଆକାଶେ ଦେବେ ଛନ୍ତି ଚାହିଁ । ଗୋପୀ ଚଳନ୍ତି ଗୀତଗାଇ ॥ ୪୪

ଯା'ନ୍ତେ ବିରାଜେ ମହୀସ୍ଥଳୀ । କ୍ଷଣ କ୍ଷଣକେ ହୁଳହୁଳି ॥ ୪୫

କବରୀ ଫିଟି ଫୁଲମାଳ । ଯା'ନ୍ତେ ପଡ଼ଇ ମହୀତଳ ॥ ୪୬

କୃଷ୍ଣଙ୍କୁ ଯାଉଛନ୍ତି ଦେଖି । ଆନନ୍ଦ କେ ପାରିବ ଲେଖି ॥ ୪୭

ଦିଶଇ ନନ୍ଦ ନିଜ ବାସ । କି ଜିଣି ତପନ ତରାସ ॥ ୪୮

ଆକାଶ ମŠଣ୍ତଣି ପରାୟେ । ତେଜେ ସକଳ ଶୋଭାପାଏ ॥ ୪୯

କି ଜିଣି ନବଗ୍ରହ ଜ୍ୟୋତି । ତ୍ରିବିଧ ରତ୍ନ ଝଟକନ୍ତି ॥ ୫୦

ଶ୍ୱେତ ସୁରଙ୍ଗ ପୀତବାସ । ବିବିଧ ଚାରୁବର୍ଣ୍ଣେ ବସ୍ତ୍ର ॥ ୫୧

ଯହିଁ ଗୋବିନ୍ଦ ଦେହ ଧରି । କେ ତାହା ବ‰ର୍ଣ୍ଣିବ ବିଚାରି ॥ ୫୨

ନନ୍ଦର ମନ୍ଦିରେ ମିଳିଲେ । ମଙ୍ଗଳ-ଗୀତ-ନାଦ କଲେ ॥ ୫୩

ଅନ୍ତୁଡ଼ିଶାଳେ ଯାଇ ମିଳି । ହାସ୍ୟେ କେ କରନ୍ତି ଢ଼ମାଳି ॥ ୫୪

ଯଶୋଦା କୋଳେ କୃଷ୍ଣ ଦେଖି । ନିର୍ମଳ କଲେ ଚର୍ମ ଆଖି ॥ ୫୫

ଅକ୍ଷତ କୃଷ୍ଣ ଶିରେ ଦ୍ୟନ୍ତି । ଆନନ୍ଦେ କଲ୍ୟାଣ କରନ୍ତି ॥ ୫୬

ବୋଲନ୍ତି ଯଶୋଦାଙ୍କୁ ଚାହିଁ । ଧନ୍ୟ ଜୀବନ ତୋର ଆଈ ॥ ୫୭

ଆମ୍ଭ ଆୟୁଷ ଘେନି କରି । ତୋ ପୁତ୍ର ବର୍ତ୍ତୁ ଯୁଗ ଚାରି ॥ ୫୮

ଏ ଆମ୍ଭ ଗୋକୁଳ ରଖିବ । ଏହାକୁ ରଖୁ ସଦାଶିବ ॥ ୫୯

ହଳଦୀ ତେଲ ଘେନି ଥୋକେ । ବୋଲନ୍ତି ଏକକୁ ଆରକେ ॥ ୬୦

ଖେମଟା ନାଦେ କରତାଳି । ଆନନ୍ଦେ ନାଚନ୍ତି ଗୁଆଳୀ ॥ ୬୧

କରେ ବଜାନ୍ତି କରତାଳି । ଢଗଢ଼ମାଳି ରଙ୍ଗକେଳି ॥ ୬୨

ବିଜୟ ପରମ ମଙ୍ଗଳ । ଆନନ୍ଦମାନଙ୍କର ମୂଳ ॥ ୬୩

ଗୋପାଳେ ଏକକୁ ଆରକେ । ସିଞ୍ଚନ୍ତି ଦୁଧଦଧି ଥୋକେ ॥ ୬୪

ଲବଣି ଘେନି ମରାମରି । ନାଚନ୍ତି ଏକୁ ଆରେ ଧରି ॥ ୬୫

ଆନନ୍ଦ ହୋଇ ନନ୍ଦରାୟେ । ଭଣ୍ତାରେ ଫେଇଲେ ଥୋକାଏ ॥ ୬୬

ଅନେକ ଗୋରୁ ବସ୍ତ୍ର ଧନ । ତୋଷିଲେ ଜଣେ ଜଣେ ମନ ॥ ୬୭

ରୋହିଣୀ ନିକଟେ ମିଳିଲେ । ଅନେକ ଧନରତ୍ନ ଦେଲେ ॥ ୬୮

ଗୋପୀଙ୍କି କରାଇ ହରଷ । ଭୋଜନ ଦେଲେ ଷଡ଼ରସ ॥ ୬୯

ଶ୍ରୀକୃଷ୍ଣ ଜନ୍ମ ମନେ ଗୁଣି । ଗୋପେ ବିଜୟ କମଳିନୀ ॥ ୭୦

କେ କହୁ ଗୋପର ସମ୍ପଦ । ଯହିଁ ବିଜୟ ଆଦିକନ୍ଦ ॥ ୭୧

ଶୁଣ ହେ କୁରୁ ନୃପମଣି । ଜନ୍ମ ଉ›ତ୍ସବ ଅନ୍ତେ ପୁଣି ॥ ୭୨

କଂସର ଆଡ଼ତିଆ ଥିଲା । ନନ୍ଦକୁ କ୍ଷଣେ ନଛାଡ଼ିଲା ॥ ୭୩

ଦଇବେ ଆକଟ ଅପାର । ନେବ ସେ ବରଷକ କର ॥ ୭୪

ଗୋପାଳମାନଙ୍କୁ ବସାଇ । ନନ୍ଦ ବୋଲଇ ଶୋକ ବହି ॥ ୭୫

କଂସ ଆକଟ ମୋତେ କରି । ମୁଁ ଆଜି ଯିବି ମଧୁପୁରୀ ॥ ୭୬

ପୁତ୍ରର ଚିନ୍ତା ତୁମ୍ଭେ କର । କହି ଚଳିଲା ଗୋପବୀର ॥ ୭୭

କଂସର ଛାମୁରେ ମିଳିଲା । ସୁନିଅାଁ ଧନ ଗଣିଦେଲା ॥ ୭୮

ଆନନ୍ଦ ହୋଇ ଦŠଣ୍ତଧାରୀ । ଦେଲା ସେ ଅଳଙ୍କାର ଭରି ॥ ୭୯

ମେଲାଣି ପାଇ ତତ୍‌କ୍ଷଣ । କିଣିଲା ନାନା ଦ୍ରବ୍ୟମାନ ॥ ୮୦

ଗୋପନବରେ ଯେତେ ଲୋଡ଼ା । ତାଳ ଜମ୍ବିଳ ଆମ୍ବସଢ଼ା ॥ ୮୧

ଶକଟେ ଭରି ମନ ତୋଷେ । ଏମନ୍ତେ ଦିନ ଅବଶେଷେ ॥ ୮୨

ସାରିଲା ରନ୍ଧନ ଭୋଜନ । ନିରତେ ପୁତ୍ର ତହିଁ ମନ ॥ ୮୩

ଏମନ୍ତେ ରଜନୀ ହୋଇଲା । ଘୋର ତିମିର ପ୍ରକାଶିଲା ॥ ୮୪

ନନ୍ଦର ଆଗମନ ଶୁଣି । ବସୁଦେବ ତା ମନେ ଗୁଣି ॥ ୮୫

ସ୍ୱଭାବେ ନନ୍ଦ ମିତ୍ର ମୋର । ତା'ଘରେ ବେନି ମୋ କୁମର ॥ ୮୬

ତା'ର କୁଶଳେ ମୋର ଇଷ୍ଟ । ନ ପୁଣ ଜାଣେ କଂସ ଦୁଷ୍ଟ ॥ ୮୭

ଏମନ୍ତ ମନେ ବିଚାରିଲା । ନନ୍ଦର ନିକଟେ ମିଳିଲା ॥ ୮୮

ମିତ୍ର ଆଗମ ନନ୍ଦ ଦେଖି । ଉଠିଲା ଆସନ ଉପେକ୍ଷି ॥ ୮୯

ଆନନ୍ଦେ ହୋଇ କୋଳାକୋଳ । ବସିଲେ ଯାଇ ଏକମେଳ ॥ ୯୦

ପୂର୍ବର କଥାମାନ କହି । ଏକ ଆରକେ ଭାବବହି ॥ ୯୧

ବୋଲନ୍ତି ବସୁଦେବ ହସି । ନନ୍ଦ କୁଶଳ ପରଶଂସି ॥ ୯୨

ବୃଦ୍ଧ ବୟସେ ତୋ'ର ସୁତ । ଶୁଣି ହୋଇଲି କୃତକୃତ୍ୟ ॥ ୯୩

ମନୁଷ୍ୟ ଜନ୍ମର ଏ ସାର । ବୋଲନ୍ତି ସଂସାର ବେଭାର ॥ ୯୪

ଦାରା ତନୟ ବନ୍ଧୁଗଣ । ଧନସମ୍ପଦ ଏ କାରଣ ॥ ୯୫

ଏତେ ନ ଥିଲେ ଦୁଃଖ ପାଇ । ଉଭୟଲୋକେ ସୁଖ ନାହିଁ ॥ ୯୬

ଏ ପୁଣି ନୁହଁଇନା ସତ୍ୟ । ଦର୍ପଣେ ପ୍ରତିମା ଯେମନ୍ତ ॥ ୯୭

ଚିତ୍ର ପ୍ରତିମା ପ୍ରାୟେ ଠୁଳ । ଯେମନ୍ତେ ସମୁଦ୍ର ଉଲ୍ଲୋଳ ॥ ୯୮

ଭଲେ ଅଛନ୍ତି ନା ଗୋ-କୁଳ । ତୃଣ ବୀରୁଧ କନ୍ଦମୂଳ ॥ ୯୯

ଗୋପୀଏ ଅଛନ୍ତି ନା ଭଲେ । ରୋହିଣୀ ଯଶୋଦାର ତୁଲେ ॥ ୧୦୦

ମୋହର ରୋହିଣୀର ସୁତ । ତୁମ୍ଭେ ତାହାର ତାତମାତ ॥ ୧୦୧

ପିତା ବିଚ୍ଛେଦେ ଅରକ୍ଷିତ । ତୁମ୍ଭର ପାଳିବା ଉଚିତ ॥ ୧୦୨

ମୁଁ କି କରିବି ଉପକାର । ଏତେ ଅନ୍ତରେ ଗୃହ ମୋର ॥ ୧୦୩

ଜୀବନ୍ତେ ଏକୁ ଆର ସଖା । ମରଣେ ପରଲୋକେ ଦେଖା ॥ ୧୦୪

ଏମନ୍ତ ମିତ୍ରର ସ୍ୱଭାବ । ଆନନ୍ଦେ କହେ ବସୁଦେବ ॥ ୧୦୫

ନନ୍ଦ ଯେ ବସୁଦେବ ଚାହିଁ । ବୋଲଇ ଶୋକଭର ହୋଇ ॥ ୧୦୬

ଭୋ ମିତ୍ର ବଡ଼ାଇ ବିକଳ । ନୟନୁ ବହେ ଅଶ୍ରୁଜଳ ॥ ୧୦୭

ଦେବକୀ କଲା କେତେ ପାପ । ଅଳପ ଦିନେ ବହୁତାପ ॥ ୧୦୮

ପ୍ରସବେ ବରଷେ ବରଷ । ଛ ପୁତ୍ର କଂସ କଲା ନାଶ ॥ ୧୦୯

ଏବେ ଦୁହିତାଏ ହୋଇଲା । ତାହା ମାରିବ ବୋଲି ଗଲା ॥ ୧୧୦

ଦେବକୀ ତା'ର ଧରି କର । ବୋଲଇ ଏହାକୁ ନ ମାର ॥ ୧୧୧

ସଙ୍ଖାଳି ହେଉ ବୃଦ୍ଧକାଳେ । ପଡୁଛି ତୋ'ର ପାଦତଳେ ॥ ୧୧୨

ଦେବକୀ ବୋଲ ସେ ନ କଲା । କୋଳରୁ ଛଡ଼ାଇ ଆଣିଲା ॥ ୧୧୩

ଚରଣ ଧରି କଚାଡ଼ନ୍ତେ । ହସ୍ତରୁ ଗଲା ସେ ତୁରିତେ ॥ ୧୧୪

କଂସର ମୃତ୍ୟୁ ସେ କହିଲା । ଶୂନ୍ୟମାର୍ଗରେ ଚଳିଗଲା ॥ । ୧୧୫

ଏ କଥା କର୍ମର ଆୟତ୍ତ । ଜଗତ କର୍ମେ ଆତଯାତ ॥ ୧୧୬

ଏହା ଜାଣନ୍ତି ଜ୍ଞାନୀଲୋକ । ତେଣୁ ନ ଲାଗେ ଦୁଃଖସୁଖ ॥ ୧୧୭

ବୋଲଇ ବସୁଦେବ ଶୋକେ । ଯାହା ଅର୍ଜିଲି ପୂର୍ବଲୋକେ ॥ ୧୧୮

ସେ କଥା କର୍ମଟି ମୋହର । ଭୋ ମିତ୍ର ବେଗେ ଯାଅ ଘର ॥ ୧୧୯

କଂସ ଆଦେଶ ଘେନି ଶିରେ । ଜଗତେ ବୁଲନ୍ତି ଅସୁରେ ॥ ୧୨୦

ମାରିବେ ଯେତେ ବାଳପୁଅ । ଭୋ ମିତ୍ର ଦଣ୍ତେŠ ହେଁ ନ ରହ ॥ ୧୨୧

କହି ଚଳିଲେ ବସୁଦେବ । ନନ୍ଦର ମନ ଉଦ୍‌ବେଗ ॥ ୧୨୨

ଶୁଣିଣ ମିତ୍ରର ବଚନ । ନନ୍ଦର ମନ ଛନ୍ନ ଛନ୍ନ ॥ ୧୨୩

ଶକଟେ ନାନା ଦ୍ରବ୍ୟ ଭରି । ଭୟେ ସୁମରେ ନରହରି ॥ ୧୨୪

ବଜାଇ ଶଙ୍ଖ ଭେରୀ ତୁର । ନଗରୁ ହୋଇଲା ବାହାର ॥ ୧୨୫

କୃଷ୍ଣ ଆଦେଶ ଶିରେ ଘେନି । କହନ୍ତି ଶୁକ ମହାମୁନି ॥ ୧୨୬

ସୁଜନେ ଶୁଣ କୃଷ୍ଣଲୀଳା । ଏ ଭଗସାଗରକୁ ଭେଳା ॥ ୧୨୭

ଏ ନାବେ ବସ ଭ୍ରାନ୍ତି ଛାଡ଼ି । ନ ମର ଭବଜଳେ ବୁଡ଼ି ॥ ୧୨୮

ପତ୍ନୀ ତନୟ ଗୃହବାସ । ଏଣେ ନ କରିବ ବିଶ୍ୱାସ ॥ ୧୨୯

ସମ୍ପଦ ସ୍ୱପ୍ନ ପ୍ରାୟ ଦୃଶ୍ୟ । ତେଣେ ନ କର ତୁମ୍ଭେ ଆଶ ॥ ୧୩୦

ନିରତେ ଚିନ୍ତ ନରହରି । ନ ମର ଶୂନ୍ୟେ କୋଳକରି ॥ ୧୩୧

ଗୋବିନ୍ଦ ନାମେ ଜ୍ଞାନରସ । କହଇ ଜଗନ୍ନାଥ ଦାସ ॥ ୧୩୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଦଶମସ୍କନ୍ଦେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଷଷ୍ଟୋଽଧ୍ୟାୟଃ ।

* * *