ପଞ୍ଚମ ସ୍କନ୍ଧ

ତୃତୀୟ ଅଧ୍ୟାୟ

ଶୁକ ଉବାଚ

ଆଗ୍ନୀଧ୍ରସୁତଙ୍କ ମଧ୍ୟରେ । ନାଭିଙ୍କ ପୁତ୍ର ନୋହିବାରେ ॥

ବା‚ଞ୍ଛା କରି ପୁତ୍ରକାମରେ । ତା ପତ୍ନୀ ମେରୁଦେବୀଠାରେ ॥

ଭଗବାନ - ଯଜ୍ଞପୁରୁଷେ । ସେ ରାଜା ଭଜିଲା ବିଶ୍ୱାସେ ॥

ନାଭି ଯେ ଶୁଦ୍ଧଭାବ ଧରି । ମନ୍ତ୍ରେ ଆହୁତି ହବି-ବଳି ॥

ତାହାର ଶ୍ରଦ୍ଧାଭାବୁଁ କରି । ଯଜ୍ଞେ ପ୍ରସନ୍ନ ନରହରି ॥

ଭଗବାନ-ଭକ୍ତବତ୍ସ›ଳ । ସେ ସର୍ବଆତ୍ମାର କୁଶଳ ॥

ରାଜାର ସନ୍ତୋଷ ନିମନ୍ତେ । ସ୍ୱଚ୍ଛନ୍ଦେ ଅତି ହୃଷ୍ଟଚିତ୍ତେ ॥

ମନ-ନୟନାନନ୍ଦ-ବେଶ । ଅଗ୍ନିରେ ହୋଇଲେ ପ୍ରକାଶ ॥

ଭୁଜଯୁଗଳ ବେନିକରି । ପୀତବସନ ଛନ୍ତି ଧରି ॥

ଶଙ୍ଖ-କମଳ ବାମେ ଧରି । ଦକ୍ଷିଣକରେ ଗଦା ଅରୀ ॥ ୧୦

ତେଜେ ବିରାଜମାନ ହୋଇ । କୌସ୍ତୁଭମଣି କଣ୍ଠେ ଶୋହି ॥ ୧୧

ଅମୂଲ୍ୟରତ୍ନ-ମୁକ୍ତହାର । ବିରାଜମାନ ହୃଦୟର ॥ ୧୨

ବିବିଧମଣିମାନଙ୍କରେ । ନିର୍ମିତ ମୁକଟ ଶିରରେ ॥ ୧୩

କୁଣ୍ତŠଳ-କଙ୍କଣ-ସୁନ୍ଦର । କଟୁମେଖଳା ରତ୍ନସାର ॥ ୧୪

ହାର କେୟୂର ଯେ ନୂପୁର । ଏ ଆଦି ଭୂଷଣ ଶରୀର ॥ ୧୫

ସେ ଯଜ୍ଞ ବରଣକର୍ତ୍ତାର । ଉ›ତ୍ସୁକ ହୃଦୟେ ଅପାର ॥ ୧୬

ନିର୍ଦ୍ଧନ-ଗୃହପତି ଧନେ । ପ୍ରାପତ କୋଟିନିଧି ଯେହ୍ନେ ॥ ୧୭

ତେମନ୍ତ ହୋଇ ଦ୍ୱିଜଗଣ । ଯଜ୍ଞରେ ଥିଲେ ଯେତେ ଜନ ॥ ୧୮

ପରମ-ହରଷକୁ ପାଇ । ନମିଲେ ଶିରେ କର ଦେଇ ॥ ୧୯

ଭୋନାଥ ପରମକାରଣ । ତୁମ୍ଭର ଆମ୍ଭେ ଭୃତ୍ୟଗଣ ॥ ୨୦

ସର୍ବପୂରିତ ତୁ ଠାକୁର । ସେବା ତୁ ଘେନ ହେ ଆମ୍ଭର ॥ ୨୧

ତୋହର ଚରଣାରବିନ୍ଦେ । ନମିଲୁ ପରମ ଆନନ୍ଦେ ॥ ୨୨

ତୋର ଭିଆଣ ଏ ଜଗତ । ପ୍ରକୃତି-ପୁରୁଷ ବିଦିତ ॥ ୨୩

ତ୍ରିଗୁଣେ ଜୀବ ବନ୍ଦୀ ହୋଇ । ତୋର ମାୟାରେ ଭ୍ରମୁଥାଇ ॥ ୨୪

ଯେତେ ସୃଷ୍ଟିର କର୍ତ୍ତାମାନ । ସେ ସର୍ବେ ତୋହର ଅଧୀନ ॥ ୨୫

ଭୋନାଥ ତୋହର ମହିମା । ସଂଖ୍ୟାରେ କେ କରିବ ସୀମା ॥ ୨୬

ତୋର ଆକୃତି-ରୂପ -ନାମ । ଧ୍ୟାନେ କରନ୍ତି ନିରୂପଣ ॥ ୨୭

ସାକ୍ଷାତେ ନୁହଁଇ ଗୋଚର । ଭୋ ପ୍ରଭୁ ରୂପଗୁଣ ତୋର ॥ ୨୮

ତୋହର ନାମ ଉଚ୍ଚାରଣ । ସକଳ-ପାପ-ବିଧ୍ୱଂସନ ॥ ୨୯

ଅଖିଳ-ବ୍ରହ୍ମାଣ୍ତŠ-ଠାକୁର । ତୁ ନାଥ କରୁଣାସାଗର ॥ ୩୦

ତୋହର ଯେତେ ଭକ୍ତଜନେ । ଆନନ୍ଦେ ପ୍ରସନ୍ନ ବଦନେ ॥ ୩୧

ସଲିଳ-ଦୂର୍ବା-ତୁଳସୀରେ । ପୂଜନ୍ତି ତୋହର ପୟରେ ॥ ୩୨

ତେଣୁ ତୁ ପରମପୁରୁଷ । ପ୍ରସନ୍ନ ହେଉ ହୃଷୀକେଶ ॥ ୩୩

ଏ ଯଜ୍ଞ ହୋଇଲା ସଫଳ । ଯେଣୁ ପ୍ରସନ୍ନ ଆଦିମୂଳ ॥ ୩୪

ସୁଫଳ କି ଅବା ଅପରେ । ହୋଇବ ଏଥୁ ଅଧିକରେ ॥ ୩୫

ବାଳକବୁଦ୍ଧି ସେ ଯେସନେ । ତେମନ୍ତ ପ୍ରାୟ ଆମ୍ଭେମାନେ ॥ ୩୬

ପୂ‰ର୍ଣ୍ଣ ଯେ ପରମ-ପୁରୁଷେ । ଯଜ୍ଞ ଯେ କରୁ ତୋ ବିଶ୍ୱାସେ ॥ ୩୭

ପରମ-ଦୟାର ସାଗର । ରାଜାଙ୍କୁ ପ୍ରଭୁ କୃପା କର ॥ ୩୮

ଏମନ୍ତ ସ୍ତୁତି ଶ୍ରବଣରେ । ଜଗତ ପ୍ରଭୁ ସେ ଅଗ୍ନିରେ ॥ ୩୯

ରାଜାର ଚକ୍ଷୁର ଗୋଚର । ହୋଇଲେ ଅତି ମନୋହର ॥ ୪୦

ଯେ ଅବଶେଷ ପାପ ଥିଲା । ତକ୍ଷଣେ ସର୍ବ ଦୂର ଗଲା ॥ ୪୧

ପୁଣି ବୋଲନ୍ତି ଦ୍ୱିଜଗଣ । ଭୋନାଥ ସାବଧାନେ ଶୁଣ ॥ ୪୨

ଜ୍ଞାନ ଅନଳେ ପାପ ଦହି । ତୋ ପାଦପଦ୍ମଯୁଗ ଧ୍ୟାୟି ॥ ୪୩

ଯେ ଆତ୍ମାରାମ-ମୁନିଗଣ । ସେବନ୍ତି ତୋହର ଚରଣ ॥ ୪୪

ଏ ତୋର ଗୁଣକର୍ମମାନ । କରନ୍ତି ଅବିରତେ ଧ୍ୟାନ ॥ ୪୫

ତୁ ନାଥ ଅଖିଳଠାକୁର । ପରମମଙ୍ଗଳର ଘର ॥ ୪୬

ଆମ୍ଭେ ସ୍ୱଭାବେ ହୀନଜନ । କରିବୁଁ ତୋହର ସ୍ମରଣ ॥ ୪୭

ସକଳ-କଳୁଷ-ନାଶନ । ନିର୍ମଳ ତୋଗୁଣ ଗାୟନ ॥ ୪୮

ଆମ୍ଭର ମରଣଦଶାରେ । ତୋ ନାମ ଥିବ ବଚନରେ ॥ ୪୯

ଏମନ୍ତ ଆଜ୍ଞା ପ୍ରଭୁ କର । ଅଖିଳବହ୍ମାଣ୍ତŠଠାକୁର ॥ ୫୦

ଏବେ ତୁ ଶୁଣ ଭାବଗ୍ରାହୀ । ଏ ରାଜା ପୁତ୍ରକାମୀ ହୋଇ ॥ ୫୧

ତୋର ପ୍ରସାଦୁ ଏ କୁମର । ମାଗଇ ସଦୃଶରେ ତୋର ॥ ୫୨

ସ୍ୱର୍ଗ ଭୋଗ ଯେ ମୋକ୍ଷପଦ । ସକଳ ଦେଉ ତୁ ଗୋବିନ୍ଦ ॥ ୫୩

ଏ ପୁତ୍ର ମାଗଇ ଯେମନ୍ତେ । ତୁଷ ମାଗିବା ଧନବନ୍ତେ ॥ ୫୪

ଏଥୁ ଅନ୍ତରେ ସେ ରାଜନ । ନିଶ୍ଚଳ ଚିତ୍ତେ କରି ଧ୍ୟାନ ॥ ୫୫

ଈଶ୍ୱର-ଶ୍ରୀମୁଖକୁ ଚାହିଁ । ଗଦ୍‌ଗଦେ ବଚନ ବୋଲଇ ॥ ୫୬

ଭୋ ନାଥ ପରମମଙ୍ଗଳ । ପ୍ରସନ୍ନ ହୁଅ ଆଦିମୂଳ ॥ ୫୭

ଏ ତୋର ଚରଣାରବିନ୍ଦ । ଆଶ୍ରୟ ନ କରି ଗୋବିନ୍ଦ ॥ ୫୮

ଏ ଭବସାଗରେ ଯେ ଜନ । ମାୟାର ହୁଅନ୍ତି ଅଧୀନ ॥ ୫୯

ସେ ମୂଢ଼ପ୍ରାଣୀମାନଙ୍କର । ଭୋ ନାଥ ଏମନ୍ତ ବେଭାର ॥ ୬୦

ତୋର ଚରଣେ ନ ଭଜନ୍ତି । ଅଜ୍ଞାନେ ସଂସାରେ ପଡନ୍ତି ॥ ୬୧

ସକଳକର୍ତ୍ତା ତୁ ଈଶ୍ୱର । ତୋର ଭିଆଣ ଏ ସଂସାର ॥ ୬୨

ଏମନ୍ତେ ନାଭି-ସ୍ତୁତି ଶୁଣି । ଦେବାଧିଦେବଶିରୋମଣି ॥ ୬୩

ଅଖିଳ-ବୃନ୍ଦାରକଗଣ । ସେବନ୍ତି ଯାହାର ଚରଣ ॥ ୬୪

ସଦୟ ଚିତ୍ତେ ଭଗବାନ । କହନ୍ତି କୋମଳ ବଚନ ॥ ୬୫

ଭଗବାନ ଉବାଚ

ହେ ସର୍ବ ମୁନିଜନ ଯେତେ । ସ୍ତୁତିରେ ବଶ କଲ ମୋତେ ॥ ୬୬

ମୋର ସଦୃଶ ଏହା ସୁତ । ମାଗିଲ ଏ ବଡ଼ ଅଦ୍‌ଭୁତ ॥ ୬୭

ମୋହର ରୂପତ ଅପାର । କି ରୂପେ ହୋଇବି କୁମର ॥ ୬୮

ତପସ୍ୟା-ବ୍ରହ୍ମବାକ୍ୟମାନ । ବିଅର୍ଥ ହୋଇବ କେସନ ॥ ୬୯

ବ୍ରହ୍ମାର କୁଳ ଏ ହୁଅଇ । ମୋହର ପାଳିବା ଯୋଗାଇ ॥ ୭୦

ଏବେ ମୁଁ ପୁତ୍ରରୂପ ହୋଇ । ଅଂଶରେ ଅବତରିବଇଁ ॥ ୭୧

ରାଜା ସହିତେ ମୁନିଗଣ । ଶୁଣିଲେ ଏମନ୍ତ ବଚନ ॥ ୭୨

ଏତେକ କହି ନାରାୟଣ । ଅଗ୍ନିରେ ହେଲେ ଅନ୍ତର୍ଦ୍ଧାନ ॥ ୭୩

ଏମନ୍ତେ ମୁନି ଯଜ୍ଞ କରି । ପ୍ରସନ୍ନ କରାଇଲେ ହରି ॥ ୭୪

ରାଜାର ପ୍ରିୟଭାବ ବହି । ସେ ପ୍ରଭୁ ମେରୁଦେବୀ ତହିଁ ॥ ୭୫

ସଂସାରେ ଧର୍ମ ବିସ୍ତାରିଣ । ଅବତରିଲେ ନାରାୟଣ ॥ ୭୬

ବୋଲଇ ଦାସ ଜଗନ୍ନାଥ । ରାଜା-ଯଜ୍ଞସ୍ତୁତି-ଚରିତ ॥ ୭୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ପଞ୍ଚମସ୍କନ୍ଧେ ନାଭିଚରିତେ ଋଷଭାବତାରୋ ନାମ

ତୃତୀୟୋଽଧ୍ୟାୟଃ ॥

* * *