ତୃତୀୟ ସ୍କନ୍ଧ

ଦ୍ୱାବିଂଶ ଅଧ୍ୟାୟ

ମୈତ୍ରେୟ ଉବାଚ

ଏମନ୍ତେ ରାଜା ଗୁଣଗ୍ରାମ । ଆନନ୍ଦେ ବ‰ର୍ଣ୍ଣିଲେ କŸର୍ଦ୍ଦମ ॥

ଶୁଣିଣ ଆପଣା ସୁଖ୍ୟାତି । ଲଜ୍ଜିତ ହୋଇଲେ ଭୂପତି ॥

ବୋଇଲେ ମୁନି ମୁଖ ଚାହିଁ । ଶୁଣ କŸର୍ଦ୍ଦମ ଦୟାବହି ॥

ମନୁ ଉବାଚ

ସେ ବେଦମୟ ବ୍ରହ୍ମାଆଗେ । ବେଦ ପ୍ରବୃତ୍ତି ଇଚ୍ଛାଯୋଗେ ॥

ତପସ୍ୟା ବିଦ୍ୟା ଯୋଗଯୁକ୍ତ । ଲମ୍ପଟ ଭାବ ବିରହିତ ॥

କରି ସୃଜିଲେ ଲୋକଗୁରୁ । ତୁମ୍ଭମାନଙ୍କୁ ସ୍ୱମୁଖରୁ ॥

ଏଣୁ ପବିତ୍ର ତୁମ୍ଭ ଦେହୀ । ସୁବିଦ୍ୟାତପ ଛନ୍ଦମୟୀ ॥

ଯୋଗ ସାଧନେ ଅଲମ୍ପଟ । ତୁମ୍ଭ ସାଧନ ସ୍ୱର୍ଗ-ବାଟ ॥

ଏ ତୁମ୍ଭ ଧର୍ମରକ୍ଷା ଅର୍ଥେ । ସେ ପିତାମହ ଏ ଜଗତେ ॥

ସହସ୍ରେ ଭୁଜ ତେଜ ଘେନି । ସୃଷ୍ଟି ପାଳନେ ପଦ୍ମଯୋନି ॥ ୧୦

କ୍ଷତ୍ରିୟ ଜାତି ଭିଆଇଲା । ସେ ତେଜ ସୃଷ୍ଟି ଆବୋରିଲା ॥ ୧୧

ଏ ବେନି ତେଜେ ବେନି ରହେ । ଧର୍ମ ପାଳନେ ଦେହ ବହେ ॥ ୧୨

ଏଣୁ ତୁମ୍ଭର ଦରଶନେ । ସଂଶୟ ନରହେ ମୋ ମନେ ॥ ୧୩

ଯେଣୁ ଅନେକ ଭାଗ୍ୟ ମୋର । ଦେଖିଲି ତୁମ୍ଭର ଶରୀର ॥ ୧୪

ତୁମ୍ଭ ଚରଣରଜ-ନୀର । ପବିତ୍ର କଲା ମୋ ଶରୀର ॥ ୧୫

ପ୍ରାକୃତଜନ ମାନଙ୍କର । ଯେ ରୂପ ଅଟେ ଅଗୋଚର ॥ ୧୬

ତୁମ୍ଭର ଅନୁଗ୍ରହ ପାଇ । ପବିତ୍ର କଲି ନିଜ ଦେହୀ ॥ ୧୭

ତୁମ୍ଭର ବାକ୍ୟେ କ‰ର୍ଣ୍ଣପଥ । ନିଶ୍ଚଳ ହୋଏ କୃତକୃତ୍ୟ ॥ ୧୮

ମୁଁ ଏ ଦୁହିତା ସ୍ନେହେ ଜଡି । ଏ ମାୟାମୋହ ବନ୍ଧେ ପଡି ॥ ୧୯

ଏଣୁ ମୋହର ଦୁଃଖ ମନେ । କହିବି ଶୁଣ ସାବଧାନେ ॥ ୨୦

ମୋହର ଜ୍ୟେଷ୍ଠ ବେନିସୁତ । ଉତ୍ତାନପାଦ ପ୍ରିୟବ୍ରତ ॥ ୨୧

ତାଙ୍କ ଭଗିନୀ ଏ ସୁମୁଖୀ । ଏ ଦେବହୂତି ଚନ୍ଦ୍ରମୁଖୀ ॥ ୨୨

ଏହାର ଗୁଣ ଶୀଳ ସମେ । ପତି ଇଚ୍ଛଇ ନିଜ ଧର୍ମେ ॥ ୨୩

ତୁମ୍ଭର ରୂପ ଗୁଣ ଯେତେ । ନାରଦ ଏହାର ଅଗ୍ରତେ ॥ ୨୪

କହିଲେ ମୋହର ସାକ୍ଷାତେ । ତେଣୁ କଳ୍ପିଲା ଏହା ଚିତ୍ତେ ॥ ୨୫

ମୁଁ ଏବେ ଶ୍ରଦ୍ଧା ପ୍ରୀତି ଚିତ୍ତେ । ଘେନି ମିଳିଲି ତୋ ଅଗ୍ରତେ ॥ ୨୬

କନ୍ୟା ଗ୍ରହଣ ତୁମ୍ଭେ କର । ଶ୍ରଦ୍ଧାରେ ଦେଲି ଉପହାର ॥ ୨୭

ତୁ ଧର୍ମଜ୍ଞାନୀଙ୍କର ବର । ଗୃହସ୍ଥଧର୍ମ ଏବେ କର ॥ ୨୮

ତୋ ଗୃହାଶ୍ରମ କର୍ମମାନ । ସୁନ୍ଦର କରିବ ସାଧନ ॥ ୨୯

ଏଣେ ତୋ ପ୍ରତିବାଦ ନାହିଁ । ପୁଷ୍କଳଧର୍ମେ ଏହା କହି ॥ ୩୦

ଉଦ୍ୟତଭୋଗ ଯେବେ ଛାଡି । ଯେ ଯାନ୍ତି ଭିକ୍ଷୁପଥ ମାଡି ॥ ୩୧

ଯେ ଯଶମାନ ତାର ଥାଇ । ଅବଜ୍ଞା ବଶେ ନ ରହଇ ॥ ୩୨

ତୁମ୍ଭର ବ୍ରହ୍ମଚର୍ଯ୍ୟବ୍ରତ । ଅବଧି ହେଲା ସମାପତ ॥ ୩୩

ବିବାହ କରିବାର ପାଇଁ । ଶୁଣିଲୁ ଇଚ୍ଛା ବଳିଛଇଁ ॥ ୩୪

ଏବେ ତୁ ଗୃହମେଧି ଧର୍ମ । କର ସଫଳ ଏ ଉଦ୍ୟମ ॥ ୩୫

ଏ ଦେବହୂତି କନ୍ୟା ମୋର । ବେଦ ପ୍ରମାଣେ ବିଭାକର ॥ ୩୬

ଏମନ୍ତ ମନୁବାକ୍ୟ ଶୁଣି । କŸର୍ଦ୍ଦମ ହୃଦେ ପରିମାଣି ॥ ୩୭

ବୋଲନ୍ତ ମନୁ ମୁଖ ଚାହିଁ । ଆନନ୍ଦଚିତ୍ତେ ଦେହ ବହି ॥ ୩୮

କର୍ଦ୍ଦମ ଉବାଚ

ତୁମ୍ଭର ଆଜ୍ଞା ଶିରୋ ଧରି । ଏ ଦେବହୂତି ବିଭାକରି ॥ ୩୯

ରମିବି ସଂସାର ଧାରଣେ । ଆତ୍ମାର ଉତ୍ପତ୍ତି କାରଣେ ॥ ୪୦

ଯେ ମନୁରାଜାର ଦୁହିତ । ଉତ୍ତାନପାଦ ଯାର ଭ୍ରାତ ॥ ୪୧

ଏ ଗୁଣବତୀ କନ୍ୟାସାର । କି ଅବା ଦେବା ପଟାନ୍ତର ॥ ୪୨

ମୋହର କର୍ମେ ଏ ବିଦିତ । ସୁନ୍ଦର ଗୁଣ ବ‰ର୍ଣ୍ଣ‌ଯୁକ୍ତ ॥ ୪୩

ଏଣୁ ଏ ଲଳନା ଲଲାମ । ଏହାର ଗୁଣ ଅନୁପମ ॥ ୪୪

କେ ତାହା ଛାଡି ଅବା ପାରେ । ଶରୀର ବହି ଏ ସଂସାରେ ॥ ୪୫

କରିବି ଦାର ପରିଗ୍ରହ । ତୁମ୍ଭେ ମୋହରେ ସ୍ନେହ ବହ ॥ ୪୬

କିନ୍ତୁ ଏ ନିୟମ ମୋହର । ଶୁଣ ହେ ଧର୍ମପାଳ ବର ॥ ୪୭

ଯାବତ ଏହା କୋଳେ ଜାତ । ସୁନ୍ଦର ଗୁଣବନ୍ତ ପୁତ୍ର ॥ ୪୮

ତାବତ ଗୃହାଶ୍ରମ ରହି । ତହୁଁ ସନ୍ନ୍ୟାସ କରିବଇଁ ॥ ୪୯

ତୁମ୍ଭ ବଚନ ମାନ୍ୟ ମୋର । ଯେ ଭାବେ ଜନ ଉପକାର ॥ ୫୦

ପିତ୍ରାଦି ଋଣ ଶୋଧ କରି । ପରେ ସନ୍ନ୍ୟାସ ଅନୁସରି ॥ ୫୧

ଏମନ୍ତ ବିଷ୍ଣୁ ଅନୁମତି । ତୁମ୍ଭଙ୍କୁ କହିଲି ସମ୍ପ୍ରତି ॥ ୫୨

ମୈତ୍ରେୟ ଉବାଚ

ଏମନ୍ତେ ବିପ୍ର ବାକ୍ୟ ଶୁଣି । ସନ୍ତୋଷ ଚିତ୍ତେ ରାଜା-ରାଣୀ ॥ ୫୩

ମୁନିଙ୍କି ବରବେଶ କରି । ବେଦ-ବିଧାନେ କନ୍ୟା ବରି ॥ ୫୪

ତାପସ ଶ୍ରେଷ୍ଠ ମୁନିବରେ । ହରଷେ ପ୍ରଫୁଲ୍ଲ ଅନ୍ତରେ ॥ ୫୫

ବିବାହ ଦେଇ ସେ ଉ›ତ୍ସୁକ । ଅନେକ ଦେଲେ ଯଉତୁକ ॥ ୫୬

ଅମୂଲ୍ୟ ବସନ ଭୂଷଣ । ଗୃହ ପୁଷ୍କଳ ମହୀ ଧନ ॥ ୫୭

ଝିଅ ଜୁଆଇଁ ପ୍ରୀତି ଅର୍ଥେ । ସେ ରାଣୀ ଦେଲେ ବହୁମତେ ॥ ୫୮

ସକଳ ଦେଇ ମୁନିଜନେ । ବୋଧିଲେ ଅମୃତ ବଚନେ ॥ ୫୯

ଆନନ୍ଦ ଚିତ୍ତେ ଦଣ୍ତŠଧାରୀ । ମୁନିଙ୍କି ଆଲିଙ୍ଗନ କରି ॥ ୬୦

କଣ୍ଠ କୁଣ୍ଠିତ ଅଶ୍ରୁ ମୁଖେ । ଦୁହିତା ସ୍ନେହଭଙ୍ଗ ଦୁଃଖେ ॥ ୬୧

ହେ ମାତ ବୋଲି ଅଶ୍ରୁ ମୁଖ । ଦୁହିତା ଦୁଃଖେ ଅତି ଦଃଖ ॥ ୬୨

ଦୁହିତା କେଶ ନେତ୍ର ଜଳେ । ଅତି କାତରେ ଆର୍ଦ୍ର କଲେ ॥ ୬୩

ମୁନିଙ୍କି କନ୍ୟାଦାନ ଦେଇ । ଆନନ୍ଦେ କୃତକୃତ୍ୟ ହୋଇ ॥ ୬୪

ରଥ ଆରୋହୀ ବେନି ଜନେ । ଗଲେ ସେ ଆପଣା ଭୁବନେ ॥ ୬୫

ସେ ପୁଣ୍ୟନଦୀ ସରସ୍ୱତୀ । ଅତି ଶୋଭନ ତଟବତୀ ॥ ୬୬

ସେ ଋଷିକୂଲ୍ୟା ନଦୀ ତଟେ । ଅନେକ ଋଷି ଯା ନିକଟେ ॥ ୬୭

ପ‰ର୍ଣ୍ଣ କୁଟୀର ସେ ଭିଆଇ । ସୁଦୃଢେ କୁଶ କାଶ ଛାଇ ॥ ୬୮

ସେ ନଦୀତୀରେ ସୁଖେ ରହି । ବିଷ୍ଣୁ ଭଜନେ ଯଜ୍ଞ ଦାହି ॥ ୬୯

ତା ତଟେ ମୁନିଙ୍କ ଆଶ୍ରମ । ଦେଖି ତା ଶୋଭା ଅନୁପମ ॥ ୭୦

ମନୁର ଚିତ୍ତ ତୃପ୍ତ ହେଲା । ସ୍ୱଗୃହ ମାର୍ଗେ ଚଳିଗଲା ॥ ୭୧

ସେ ବ୍ରହ୍ମାବର୍ତ୍ତ ପ୍ରଜାଜନେ । ମନୁ ଆସନ୍ତେ ସ୍ୱଭୁବନେ ॥ ୭୨

ହରଷେ ରାଜାର ଅଗ୍ରତେ । ମିଳିଲେ ବାଦ୍ୟ ସ୍ତୁତି ରୀତେ ॥ ୭୩

ଯା ନା ବର୍ହିଷୃତି ପୁରୀ । ତହିଁ ବିଜୟେ ଦଣ୍ତŠଧାରୀ ॥ ୭୪

ବରାହ ଅଙ୍ଗର କମ୍ପନେ । ରୋମ ପଡ଼ିଲା ଯେଉଁ ସ୍ଥାନେ ॥ ୭୫

ସେ କୁଶ କାଶ ହୋଇ ଯହିଁ । ନିତ୍ୟେ ହରିର ତେଜ ବହି ॥ ୭୬

ପୂର୍ବେ ଋଷିଏ ଯେଣେ କରି । ଅସୁରଙ୍କର ଦର୍ପ ହରି ॥ ୭୭

ଯେ ଯଜ୍ଞ ବିଷ୍ଣୁ ପାଦତଳେ । ଯଜ୍ଞେ ପୂଜିଲେ ଏକ ମେଳେ ॥ ୭୮

ସେ ମନୁ ସ୍ଥାନ ତହିଁ ପାଇ । ଯଜ୍ଞପୁରୁଷ ଯଜ୍ଞେ ଦାହି ॥ ୭୯

ପୁର ନିର୍ମିତ କୁଶ କାଶେ । ସେ ସ୍ଥାନେ ତାପତ୍ରୟ ନାଶେ ॥ ୮୦

ସେ ଗୃହେ ପତ୍ନୀ ତୁଲେ ରହି । ସନ୍ତତି ସହ ପ୍ରିୟ ବହି ॥ ୮୧

କଳ୍ପିତ ସୁଖ ବଇଭୋଗେ । ସେ ପ୍ରଜାଅର୍ଥେ ରତି ରଙ୍ଗେ ॥ ୮୨

ସୁସ୍ୱର ଗୀତ ନାଦ ଧ୍ୱନି । ଗନ୍ଧିର୍ବେ ସ୍ତୀରୀବୃନ୍ଦ ଘେନି ॥ ୮୩

ସଙ୍ଗୀତ ରସ ବୀଣା ନାଦେ । ଲଳିତ ଗୀତ ଅନୁବାଦେ ॥ ୮୪

ପ୍ରତି ଦିବସ ରାତ୍ରି ଅନ୍ତେ । କୃଷ୍ଣଚରିତ ହୃଦଗତେ ॥ ୮୫

କର୍ଣ୍ଣେ ଶୁଣନ୍ତି ଧ୍ୟାନ କରି । ଚିତ୍ତେ ଗୋବିନ୍ଦ ଭାବ ଭରି ॥ ୮୬

ନିରତେ କୃଷ୍ଣନାମ ଘୋଷେ । ସେ ବେନିଜନେ ଗୃହବାସେ ॥ ୮୭

ବିଷ୍ଣୁ ଚରିତ ହୃଦେ ଭରି । ନାମ ଶ୍ରବଣେ ଆଶା କରି ॥ ୮୮

ସେ ମନୁ ଯୋଗମାୟା ଭୋଗେ । ଥିଲେ ହେଁ ତାହାଙ୍କୁ ନ ଲାଗେ ॥ ୮୯

ଜାଗ୍ରତ ସ୍ୱପ୍ନ ଯେ ସୁଷୁପ୍ତି । ତାହାକୁ କେହି ନ ବାଧନ୍ତି ॥ ୯୦

ଯେଣୁ ସେ ହରି ପରାୟଣ । ଅଟଇ ମନୁ ନୃପରାଣ ॥ ୯୧

କୃଷ୍ଣର କତା କର୍ଣ୍ଣେ ଶୁଣେ । ତା ରୂପ ଧ୍ୟାନେ ପରିମାଣେ ॥ ୯୨

ମୁଖେ ରଟନ୍ତି ନାମ ତାର । ତା କଥା କହି ନିରନ୍ତର ॥ ୯୩

ଏମନ୍ତେ ନିଜ ମନ୍ୱନ୍ତର । ଯେ ଯୁଗଗଣନା ବେଭାର ॥ ୯୪

ଏକସପ୍ତତି ଚତୁର୍ଯୁଗେ । ହୋଇଲା ମନ୍ୱନ୍ତର ଭୋଗେ ॥ ୯୫

ଏମନ୍ତେ ହରିଭାବ କରି । ତୃତୀୟ ତାପୁଁ ଯେ ନିସ୍ତରି ॥ ୯୬

ସେ ପୁଣି ମୁନିଙ୍କର ବୋଲେ । ବିବିଧ ଜ୍ଞାନ ହିଁ କହିଲେ ॥ ୯୭

ତ୍ରିବିଧ ବାଧା ଲୋକେ ଅଛି । ଭକ୍ତଙ୍କୁ ନ ଲାଗଇ କିଛି ॥ ୯୮

ମନୁର ବାଧା ହିଁ ନ ଥିଲା । ଯେଣୁ ହରିଙ୍କି ଆଶ୍ରେ କଲା ॥ ୯୯

ଶୁଣ ବିଦୁର ପୁଣ୍ୟଦେହା । କହିଲି ପଚାରିଲୁ ଯାହା ॥ ୧୦୦

ସେ ଆଦିରାଜ ମନୁ କଥା । ଶୁଣନ୍ତେ ତୁଟେ ଭବ ବ୍ୟାଥା ॥ ୧୦୧

ଏ ସୃଷ୍ଟି ଆଦିର କାରଣ । ଏବେ ହୋଇ ମନୁବଂଶ ଶୁଣ ॥ ୧୦୨

ତୃତୀୟ ସ୍କନ୍ଧେ ଭାବବତ । କହିଲା ଦାସ ଜଗନ୍ନାଥ ॥ ୧୦୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟଷ୍କନ୍ଧେ ଦ୍ୱାବିଂଶୋଽଧ୍ୟାୟଃ ॥

* * *