ତୃତୀୟ ସ୍କନ୍ଧ

ଦ୍ୱିତୀୟ ଅଧ୍ୟାୟ

ଶୁକ ଉବାଚ

ଏମନ୍ତେ ବିଦୁର ବଚନ । ଶୁଣି ଉଦ୍ଧବ ହତଜ୍ଞାନ ॥

କୃଷ୍ଣ-ଚରଣେ ଚିଦେଇ । ଉକ୍ରଣ୍ଠେ ନ ପାରଇ କହି ॥

ପାବରଷେ ତା’ର ମାତ । ପ୍ରାତଃ ଭୋଜନେ ଡାକେ ସୁତ ॥

କୃଷ୍ଣସେବାରେ ଦେଇମନ । ଉଦ୍ଧବ ନ କରେ ଭୋଜନ ॥

କୃଷ୍ଣସେବାରେ ଦିନ ଗଲା । ସ୍ୱଭାବେ ବୟସ ସରିଲା ॥

ବିଦୁରବାକ୍ୟ ଶୁଣି କେ‰ର୍ । ବଚନ ନ ସ୍ଫୁରେ ବଦନେ ॥

କୃଷ୍ଣଚରଣେ ଦେଇ ମନ । ମୁହୂେର୍ ରହିଲା ମଉନ ॥

ତକ୍ଷଣେ ଦେହଭାବ ଛାଡ଼ି । କୃଷ୍ଣଭକତି ଜଳେ ବୁଡ଼ି ॥

କୃଷ୍ଣଚରଣ-ସୁଧା-ପାନ । କରି ପାଇଲା ଦିବ୍ୟଜ୍ଞାନ ॥

ପୁଲକ ହେଲା ରୋମରାଜି । ଅଶ୍ରୁ ମୁଇ ଚକ୍ଷୁବୁଜି ॥ ୧୦

ଧ୍ୟାନେ ହୋଇଲା ପୂ‰ର୍କାମ । ସ୍ନେହ-ସଲିଳେ କଲା ସ୍ନାନ ॥ ୧୧

ଧ୍ୟାନ ଛଡ଼ାଇ କୃଷ୍ଣପାଦେ । ପୁଣି ମିଳିଲା ଦେହମଧ୍ୟେ ॥ ୧୨

ବେନିଲୋଚନ ଘଷି କରେ । ନିଃଶ୍ୱାସ ଛାଡ଼ି ଖରତରେ ॥ ୧୩

ବିଦୁର ମୁଖ ଚାହିଁ ଦୁଃଖେ । ଉଦ୍ଧବ କହେ ଅଶ୍ରୁମୁଖେ ॥ ୧୪

ଉଦ୍ଧବ ଉବାଚ

ଯାଦବ ମଧ୍ୟେ କୃଷ୍ଣ ଥାଇ । ସୂର୍ଯ୍ୟର ପ୍ରାୟ ପ୍ରକାଶଇ ॥ ୧୫

ସେ ସୂର୍ଯ୍ୟ ଅସ୍ତାଚଳେ ଗଲା । ନିବିଡ଼ତମ ପ୍ରକାଶିଲା ॥ ୧୬

ମୁଁ ଏବେ ଅତିଦୁଃଖ-ଶୋକେ । ପଡ଼ିଛି ଅଜଗର-ମୁଖେ ॥ ୧୭

ଆମ୍ଭ କୁଶଳ କାହିଁ ଆର । କହିବି ଶୁଣ ହେ ବିଦୁର ॥ ୧୮

ସଂସାର ମଧ୍ୟେ ଯେତେଜନ । ସର୍ବେ ହୋଇଲେ ଭାଗ୍ୟହୀନ ॥ ୧୯

ଦେଖ ଅଭାଗ୍ୟ ଯଦୁବଂଶ । ବାଳକ ପ୍ରାୟ ବୁଦ୍ଧିଭ୍ରଂଶ ॥ ୨୦

ବସନ୍ତି କୃଷ୍ଣ ଅଙ୍ଗସେଙ୍ଗ । ରାତ୍ରଦିବସ ଅନୁରାଗେ ॥ ୨୧

ତାହାଙ୍କୁ କେହି ନ ଜାଣିଲେ । ଚନ୍ଦ୍ରକୁ ମୀନ ଯେହ୍ନେ ଜଳେ ॥ ୨୨

ଯାଦବେ କୃଷ୍ଣ ସଙ୍ଗମେଳେ । ଦିନ ହରନ୍ତି କୁତୂହଳେ ॥ ୨୩

ସଙ୍ଗତେ ପାଇ ନରହରି । ଦେଖନ୍ତି ଅନାଦର କରି ॥ ୨୪

ଅତି ନିପୁଣ ସେ ଅଟନ୍ତି । ଜ୍ଞାନୀ ହେଲେହେଁ ନ ଜାଣନ୍ତି ॥ ୨୫

ଯା’ର ମାୟାରେ ଅନ୍ୟଜନେ । ବଇରୀଭାବ ଚିନ୍ତିମନେ ॥ ୨୬

କୃଷ୍ଣର ମାୟାବଳେ ଗ୍ରନ୍ଥି । ମନୁଷ୍ୟ ପ୍ରାୟ ସେ ମଣନ୍ତି ॥ ୨୭

ପ୍ରାଣୀଙ୍କ ତପୋବଳ ଚାହିଁ । ନୟନେ ଶରୀର ଦେଖାଇ ॥ ୨୮

ପୁଣି ହରିଲେ ନିଜ ଅଙ୍ଗ । ପ୍ରାଣୀଙ୍କ ଚକ୍ଷୁ ଘେନି ସଙ୍ଗ ॥ ୨୯

ମାୟା ମନୁଷ୍ୟ ରୂପେ ହରି । ଅନନ୍ତ ଲୀଳାଏ ବିହରି ॥ ୩୦

ସର୍ବସମ୍ପଦ ଆତ୍ମାତୁଲେ । ନିଜ ଭୁବନେ ବିଜେକଲେ ॥ ୩୧

ଧର୍ମକୁମର ଯଜ୍ଞକାଳେ । ଦେବ-ମନୁଷ୍ୟ-ଋଷିମେଳେ ॥ ୩୨

ଯେ ରୂପ ଦେଖି ତୋଷମନେ । କୈବଲ୍ୟ ଲଭିଲେ ଲୋଚନେ ॥ ୩୩

ବ୍ରହ୍ମା ସର୍ଜନା ଯେଣୁ ନୋହି । ତେଣୁ ସକଳ ମନମୋହି ॥ ୩୪

ଯେ କୃଷ୍ଣ-ଅନୁରାଗ-ମୁଖ । ସୁନ୍ଦର-ହାସ-ରଙ୍ଗରେଖ ॥ ୩୫

ତେଣେ ମୋହିତ ଚି ଧରି । ମୋକ୍ଷ ଲଭିଲେ ବ୍ରଜନାରୀ ॥ ୩୬

ସେ ଶାନ୍ତରୂପ ଏକରୂପୀ । ବସଇ ସର୍ବଭୂତେ ବ୍ୟାପୀ ॥ ୩୭

ତା’ର ବିଭୂତି ଦେବଗଣ । ପୂଜନ୍ତି ତାହାର ଚରଣ ॥ ୩୮

ଦେବଙ୍କ ଅର୍ଥେ ସେ ମୁରାରି । ଜନ୍ମଇ ନାନାରୂପ ଧରି ॥ ୩୯

ସ୍ୱଭାବେ ଜନ୍ମ ଯା’ର ନାହିଁ । ନିମି ଅର୍ଥେ କଳ୍ପେ ଦେହୀ ॥ ୪୦

ଅଗ୍ନି ଯେସନେ ନାନାମତେ । ଯତନେ ଜଳଇ ଜଗତେ ॥ ୪୧

ଏ କଥା ମୋରେ ଖେଦକରେ । ସେ ଜନ୍ମି ବସୁଦେବ ଘରେ ॥ ୪୨

କଂସର ଡରେ ଗୋପମେଳେ । ଲୁଚି ଯେ ଥିଲେ ବାଳକାଳେ ॥ ୪୩

ତହୁଁ ମଥୁରାପୁରେ ଆସି । ଗଜ ଚାଣୂର କଂସ ନାଶି ॥ ୪୪

ଯାଇଣ ମାତାପିତା ପାଶ । ବୋଇଲେ କ୍ଷମା କରଦୋଷ ॥ ୪୫

ତୁମ୍ଭଙ୍କୁ ନିଶ୍ଚିନ୍ତ ନ କରି । ବିଅର୍ଥେ ବେ ଦେହଧରି ॥ ୪୬

ସେ କଥା ବିଡ଼ମ୍ବନ ମୋତେ । ହୃଦୟ ଦହେ ଅବିରତେ ॥ ୪୭

ତା’ର ଚରଣରେଣୁ ଗନ୍ଧ । ଆଘ୍ରାଣ କରି ନାସାରନ୍ଧ୍ର ॥ ୪୮

କେ ତା’ ପାଶୋରିପାରେ ଚିେ । ସୁଦୃଢ଼-ଯୋଗାଭ୍ୟାସେ ନିତ୍ୟେ ॥ ୪୯

ଭୂମିର ଭାର ନାଶ ଅର୍ଥେ । ତାହାର ଜନ୍ମ ଏ ଜଗତେ ॥ ୫୦

ତୁମ୍ଭେ ତ ଦେଖିଅଛ ଡୋଳେ । ଧର୍ମନନ୍ଦନ-ଯଜ୍ଞକାଳେ ॥ ୫୧

ଯାହାକୁ ଶିଶୁପାଳ ନିନ୍ଦି । ତକ୍ଷଣେ ତା’ର ଦେହେ ଭେଦି ॥ ୫୨

ଲୁଚିଲା ଅଭୟ-ଚରଣେ । ରହିଲା ଅଜରାମରଣେ ॥ ୫୩

ଯେ ଗତି ଯୋଗୀଜନେ ଚିନ୍ତି । ଜନ୍ମମରଣୁ ନିସ୍ତରନ୍ତି ॥ ୫୪

ତା’ର ବିଯୋଗ କେବା ସହେ । ଯେ ବା ଜଗତେ ଦେହବହେ ॥ ୫୫

ଦେଖ ଭାରତଯୁଦ୍ଧେ ଯେତେ । ରଥୀ ପଦାତି ଅପ୍ରମିତେ ॥ ୫୬

ଭୂଲୋକେ ଯେତେ ବୀର ଥିଲେ । ମରଣେ ତା’ ମୁଖ ଦେଖିଲେ ॥ ୫୭

ଅର୍ଜୁନ-ବାଣେ କ୍ଷୀଣ ହୋଇ । ପଶିଲେ ତା’ର ଦେହେ ଯାଇ ॥ ୫୮

ତ୍ରୈଲୋକ୍ୟନାଥ ସେ ଅନନ୍ତ । ସ୍ୱଭାବେ କମଳାର କାନ୍ତ ॥ ୫୯

ତ୍ରିଦଶ-ଦେବେ ତା’ ଚରଣେ । ସେବା କରନ୍ତି ଅନୁକ୍ଷଣେ ॥ ୬୦

ଯା’ର ସମାନ ବା ଅଧିକ । ନାହିଁ ଏ ଚତୁŸର୍ଶଲୋକ ॥ ୬୧

ସେ ପୁଣି ସ୍ଥାପି ରାଜପଦେ । ପୂଜିଲା ଉଗ୍ରସେନ ପାଦେ ॥ ୬୨

ଭୃତ୍ୟର ଭୃତ୍ୟ ଅଟେ ଯେହୁ । ତାହାକୁ ଆଜ୍ଞାମାଗେ ସେହୁ ॥ ୬୩

ଏ କଥା ଦେଖି ହେ ବିଦୁର । ଅତି ଦୁଃଖିତ ଚିତ୍ତ ମୋର ॥ ୬୪

ଦେଖ ପୂତନା ଧାତ୍ରୀ ରୂପେ । ସ୍ତନ ନିବେଶି ତା’ର ମୁଖେ ॥ ୬୫

କ୍ଷୀର ଗରଳ ସେଙ୍ଗ ଦେଇ । ପଶିଲା ତା’ର ଦେହେ ଯାଇ ॥ ୬୬

ସେ ଦୟାନିଧିର ଚରଣ । କେବା ନ ପଶିଲା ଶରଣ ॥ ୬୭

ଯେତେ ଅସୁର ଏ ଜଗତେ । ନଶିଲେ ଗୋବିନ୍ଦର ହସ୍ତେ ॥ ୬୮

ଗରୁଡ଼କନ୍ଧେ ତାକୁ ଚାହିଁ । ପଶିଲେ ତା’ର ଦେହେ ଯାଇ ॥ ୬୯

ସେ ଭାଗବତ ମଧ୍ୟେ ସାର । କି ଅବା ଦେବା ପଟାନ୍ତର ॥ ୭୦

କଂସରାଜାର ବନ୍ଦୀଘରେ । ଜନ୍ମିଲା ଦେବକୀ ଉଦରେ ॥ ୭୧

ବ୍ରହ୍ମାଙ୍କ ବୋଲେ ହୃଷୀକେଶ । ଧରଣୀଭାର କଲେ ନାଶ ॥ ୭୨

ସେ ବସୁଦେବ କଂସ ଡରେ । ନେଇ ଥୋଇଲା ନନ୍ଦଘରେ ॥ ୭୩

ଗୁପତେ ସେଙ୍ଗ ହଳଧର । ବଢ଼ିଲେ ଏଗାରବ›ର ॥ ୭୪

ଗୋପବାଳକ ସେଙ୍ଗ ଥାଇ । ବନେ ଚରାନ୍ତି ନିତ୍ୟେ ଗାଈ ॥ ୭୫

ବେଣୁଶବଦ ଶିଙ୍ଗାନାଦେ । ବନେ ବୁଲନ୍ତି ଅପ୍ରମାତେ ॥ ୭୬

ଯମୁନାକୂଳେ ଥାଇ ନିତ୍ୟେ । ଭୃଙ୍ଗ-କୋକିଳ-ନାଦ-ଗୀତେ ॥ ୭୭

ବରଜବାସୀଙ୍କ ଲୋଚନେ । କୁମାରଲୀଳା ଅନୁଦିନେ ॥ ୭୮

ରୋଦନ ହସନ ଖେଳନେ । ନିରତେ ବସେ ତା’ଙ୍କମନେ ॥ ୭୯

ବାଳସିଂହର ପ୍ରାୟେ ଚାହେଁ । ଯେ କାଳେ ଯେ ଲୀଳା ଦେଖାଏ ॥ ୮୦

ଦିନକୁଦିନ ଶୋଭାବନ୍ତ । ବନେ ବୁଲଇ ନନ୍ଦସୁତ ॥ ୮୧

ଗୋଧନ ଘେନି ଗୋପସେଙ୍ଗ । ବେଣୁ ବଜାଇ ନାନାରେଙ୍ଗ ॥ ୮୨

କଂସର ଆଜ୍ଞାରେ ଅସୁରେ । ଯେତେ ମିଳିଲେ ଗୋପପୁରେ ॥ ୮୩

ପୂତନା ଆଦି ମାୟାରୂପୀ । ମିଳିଲେ ବନଗିରି ବ୍ୟାପୀ ॥ ୮୪

ତାହାଙ୍କୁ କରି ବାଳଖେଳା । ହେଳେ ମାଇଲେ ନନ୍ଦବଳା ॥ ୮୫

ଯମୁନା ବିଷଜଳ ଖାଇ । ମରୁ ଯେ ଥିଲେ ଗୋପଗାଈ ॥ ୮୬

ତା’ଙ୍କୁ ଜୀଆଇ ନନ୍ଦବାଳ । ଅମୃତ କଲା ବିଷଜଳ ॥ ୮୭

ଇନ୍ଦ୍ରଉ›ବ ଭଙ୍ଗ କରି । ଗୋପଙ୍କୁ ପୂଜାଇଲେ ଗିରି ॥ ୮୮

ଯଜ୍ଞବିଭେଙ୍ଗ କୋପକରି । ଇନ୍ଦ୍ର ବରଷେ ଘୋର ବାରି ॥ ୮୯

ଗୋରୁ ଗୋପାଳଙ୍କ ବିକଳ । ତକ୍ଷଣେ ଦେଖି ନନ୍ଦବାଳ ॥ ୯୦

ଛତ୍ର ଆକାରେ ଗିରି ଧରି । ରଖିଲେ ଗୋପପୁର ଶିରୀ ॥ ୯୧

ଶରଦ-ଚନ୍ଦ୍ରନିଶି ଚାହିଁ । କାନନେ ବେଣୁନାଦ ବାଇ ॥ ୯୨

ସେ ଗୋପୀମŠଳ-ମŠନ । ରାସ-ଉ›ବେ ଭଗବାନ ॥ ୯୩

ଷୋଳସହସ୍ର ଗୋପନାରୀ । ରମିଲେ ନାନାରୂପ ଧରି ॥ ୯୪

ତା’ର ମହିମା କେ କହିବ । ଯାହା ନ ଜାଣେ ବ୍ରହ୍ମା-ଶିବ ॥ ୯୫

ସେ ହରିଚରଣକମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୯୬

ବିଦୁର-ଉଦ୍ଧବ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୯୭

ଏଣେ ଗୋବିନ୍ଦପାଦେ ରସ । କହଇ ଜଗନ୍ନାଥ ଦାସ ॥ ୯୮

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ଦ୍ବିତୀୟୋଽଧ୍ୟାୟଃ ॥

* * *